32.1 C
Bhubaneswar
Tuesday, July 2, 2024
Homeଅପରାଧପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିଲା ସ୍ତ୍ରୀ, ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିଲା ସ୍ତ୍ରୀ, ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ରାଉରକେଲା: ସ୍ବାମୀକୁ ହତ୍ୟା ମାମଲାରେ ସ୍ତ୍ରୀ ଓ ପ୍ରେମିକକୁ ମିଳିଛି ଆଜୀବନ କାରାଦଣ୍ଡାଦେଶ । ସୁନ୍ଦରଗଡ ଜିଲ୍ଲା ଦୌରାଜଜ୍ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଗତ ୨୦୧୩ ମସିହାର ହୋଇଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ । ଯେଉଁଥିରେ ସୁନ୍ଦରଗଡ ଜିଲ୍ଲା ଦୌରାଜଜ୍ ଦୋଷୀକୁ ଆଜୀବନ ଜେଲ ଦଣ୍ଡାଦେଶ ସହିତ ୫ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡାଦେଶ ରାୟ ଦେଇଛନ୍ତି ଜିଲ୍ଲା ଦୌରାଜଜ ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ବ୍ରାହ୍ମଣ ପଡାର ଗତିକୃଷ୍ଣ ପୁରୋହିତଙ୍କ ସହ ସିତୁ ପଣ୍ଡାଙ୍କ ବିବାହ ହୋଇଥିଲା । ବିବାହ ପରେ ମଧ୍ୟ ନିଜ ସ୍ୱାମୀଙ୍କୁ ମିଛ କହି ନିଜର ପୂର୍ବ ପ୍ରେମିକ ସହ ସମ୍ପର୍କ ରଖିଥିଲେ ସିତୁ ପଣ୍ଡା । ୨୦୧୩ ମସିହାରେ ଗତିକୃଷ୍ଣ ପୁରୋହିତ ତାଙ୍କ ସ୍ତ୍ରୀର ଅନୈତିକ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ । ତେବେ ପ୍ରଥମେ ଏହାକୁ ନେଇ କଟକଣା କରିଥିଲେ ସ୍ୱାମୀ ଗତିକୃଷ୍ଣ । ହେଲେ ସେହି କଟକଣାକୁ ବିରୋଧ କରିବା ପରେ ଗତିକୃଷ୍ଣଙ୍କୁ ବାଟରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ ସିତୁ ପଣ୍ଡା ।

ଯେଉଁଥିରେ ସିତୁଙ୍କ ପ୍ରେମିକ ବିଶ୍ୱରଞ୍ଜନ ଗୁପ୍ତା ମଧ୍ୟ ସାମିଲ ଥିଲେ । ହତ୍ୟା କରିବାକୁ ଯୋଜନା କରିବା ପରେ ବୀଭତ୍ସ ଭାବରେ ସ୍ୱାମୀକୁ ନିଜ ପ୍ରେମିକ ସହ ମିଶି ହତ୍ୟା କରିଥିଲା ସ୍ତ୍ରୀ ସିତୁ । ହତ୍ୟା ପରେ ପୋଲିସ ଆଖିରେ ଧୂଳି ଦେବା ପାଇଁ ଉଭୟ ସୁନ୍ଦରଗଡ ଜିଲ୍ଲା ସୀମାନ୍ତ ଛତିଶଗଡର ପଞ୍ଚପଡା ନିକଟରେ ଥିବା ଜଙ୍ଗଲରେ ଗତିକୃଷ୍ଣଙ୍କ ମୃତଦେହକୁ ଫୋପାଡି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking