18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶସ୍ୱାମୀଠୁ ଦୂରେଇ ଲିଭ-ଇନରେ ରହୁଥିଲା ସ୍ତ୍ରୀ; ଶେଷରେ କ’ଣ ହେଲା ଜାଣନ୍ତୁ..

ସ୍ୱାମୀଠୁ ଦୂରେଇ ଲିଭ-ଇନରେ ରହୁଥିଲା ସ୍ତ୍ରୀ; ଶେଷରେ କ’ଣ ହେଲା ଜାଣନ୍ତୁ..

ରାଜସ୍ଥାନ: ଲିଭ୍‌-ଇନରେ ରହୁଥିଲେ ପ୍ରେମିକା ପ୍ରେମିକ। ହେଲେ ଏକଥା ଜାଣି ପାରିଲା ସ୍ୱାମୀ। ରାଗରେ ଏମିତି କାଣ୍ଡ ରଚିଲା। ସମସ୍ତେ ସ୍ତବ୍ଧ ହୋଇଗଲେ। ସିଧା ଘରେ ପଶିଲା ସ୍ତ୍ରୀ ଥିଲା ଆଉ ପ୍ରେମିକ ବି ଉପସ୍ଥିତ ଥିଲା। ହାଣି ଦେଇ ଚାଲିଗଲା। ପୂର୍ବରୁ ସିନା ରାତି ଅଧରେ ହତ୍ୟା ଭଳି କାଣ୍ଡ ରଚାଯାଉଥିଲା। ହେଲେ ଏବେ ଦିନ ଦ୍ୱିପ୍ରହରରେ ଦିବାଲୋକରେ ଲୋକଙ୍କୁ ହାଣି ମାରି ଦେଉଛନ୍ତି। ଠିକ୍ ସେହିପରି ଏହି ଲୋମହର୍ଷଣକାରୀ ଘଟଣା। ଲିଭ-ଇନରେ ରହୁଥିଲେ ପ୍ରେମିକ ଆଉ ସ୍ତ୍ରୀ। ଘରେ ପଶି ଦିବାଲୋକରେ ହାଣି ଚାଲିଗଲା ସ୍ୱାମୀ।

ରାଜସ୍ଥାନରେ ସ୍ପଷ୍ଟ ଦିବାଲୋକରେ ହତ୍ୟା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଉଦୟପୁର ଜିଲ୍ଲାର ହିରନ ମାଗରି ଥାନା ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ହତ୍ୟା ପରେ ହତ୍ୟାକାରୀ ଖସି ପଳାଇବାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଡିମ୍ପଲ୍ ନାମକ ଜଣେ ମହିଳା ଏବଂ ଜଣେ ପୁରୁଷ ସେଠାରୁ ଦୌଡ଼ି ପଳାଇ ଯାଉଥିବା ଦେଖାଯାଇଛି। ଆଉ ସେମାନଙ୍କ ହାତ ରକ୍ତରେ ଜୁଡୁବୁଡୁ ଥିଲା। ଯାହକୁ ଦେଖି ସ୍ଥାନୀୟ ଲୋକ ଡରି ଯାଇଥିଲେ। ଆମେ ଏଠି କହି ରଖିବା ପାଇଁ ଚାହିଁବୁ କି- ହତ୍ୟା କରାଯାଇଥିବା ଯୁବକ ଜିତେନ୍ଦ୍ର ମୀନା, ଡିମ୍ପଲ ନାମକ ଜଣେ ଝିଅ ସହ ଲିଭ-ଇନରେ ରହୁଥିଲା। ଦୁହେଁ ଏକ ଘରୋଇ ହସ୍ପିଟାଲରେ କାମ କରୁଥିଲେ।

ସେମାନେ ଗତ ୫ ମାସ ଧରି ଏଠାରେ ଏକ ଭଡା ଘରେ ରହୁଥିଲେ। ସୂଚନାନୂସାରେ, ଘଟଣା ସମୟରେ ଜିତେନ୍ଦ୍ର ଏବଂ ଡିମ୍ପଲ ଏକାଠି ଘରେ ଥିଲେ। ଏହି ସମୟରେ ଆକ୍ରମଣକାରୀ ଜଣଙ୍କ ହଠାତ୍ ଘର ଭିତରକୁ ପଶି ଆସିଥିଲେ। ଏବଂ ଯୁବକ ଜିତେନ୍ଦ୍ରଙ୍କ ପିଠିକୁ ଛୁରୀରେ ଭୁସିବାକୁ ଲାଗିଥିଲେ। ପାଖାପାଖି ୬ ଥର ଅଭିଯୁକ୍ତ ଜଣଙ୍କ ଯୁବକର ପିଠିକୁ ଛୁରୀରେ ଭୁସିଥିବା ଜଣାପଡିଛି। ଏହି ଘଟଣାଟି ମାତ୍ର ୩ ମିନିଟ୍ ମଧ୍ୟରେ ଘିଟିଛି। ଆଉ ଯେତେବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଜଣଙ୍କ ତଳେ ପଡି ଛଟପଟ ହୋଇ ମରିଯାଇଛନ୍ତି। ସେତେବେଳେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଆଉ ଏହି ଘଟଣାଟି ଦାବିଲୋକରେ ଘଟିଥିବାରୁ ସିସିଟିଭିରେ ସମସ୍ତ ଘଟଣା କଏଦ ହୋଇଛି। ହତ୍ୟା ପରେ ଅଭିଯୁକ୍ତ ରାସ୍ତାରେ ରକ୍ତ ଜୁଡୁବୁଡୁ ହାତରେ ଦୌଡି ଚାଲି ଯାଉଥିବାର ସ୍ଥାନୀୟ ଲୋକ ଦେଖିଛନ୍ତି। କେବଳ ସେତିକି ନୁହଁ ଅଭିଯୁକ୍ତ ପଛରେ ମଧ୍ୟ ହତ୍ୟା କରାଯାଇଥିବା ଯୁବକର ପ୍ରେମିକା ମଧ୍ୟ ଦୌଡି ଦୌଡି ଯାଉଥିବାର ସିସିଟିଭିରେ ସ୍ପଷ୍ଟ ଦେଖାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking