ବଲାଙ୍ଗୀର: ବଲାଙ୍ଗୀରରୁ ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି। ଦୁଷ୍କର୍ମ ପରେ ମହିଳାଙ୍କୁ ଜାଳି ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ଦେଓଗାଁ ଗୋଏଲପିଟା ଗାଁ ନିକଟ ଜଙ୍ଗଲରେ ମହିଳାଙ୍କ ମୃତଦେହ ଠାବ । ପାଖରେ ପଡ଼ିଛି ଲୁଗା, ମହିଳାଙ୍କ ମୁହଁ ପୋଡିଥିବାରୁ ସନ୍ଦେହ ବଢ଼ିଲା । ଖବର ପାଇ ଘଟଣାସ୍ଥଳରେ ଦେଓଗାଁ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।









