ମାଲକାନଗିରି: ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ବର୍ବର କାଣ୍ଡ । ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ମାଲକାନଗିରି ବିଜାପୁରରୁ ଆସିଛି ଏକ ବଡ ଖବର । ସ୍ୱାମୀ ସାମ୍ନାରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲେ ମାଓବାଦୀ । ପୋଲିସ ଇନ୍ଫୋରମୋର ସନ୍ଦେହରେ ହତ୍ୟା କରିଛନ୍ତି ମାଓବାଦୀ । ସୂଚନା ମୁତାବକ ଦମ୍ପତିଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ । ଜଙ୍ଗଲରେ ସ୍ୱାମୀଙ୍କୁ ମାଡ ମାରି ଛାଡିଦେଇଥିଲେ । ତେବେ ଗତକାଲି ମଧ୍ୟ ଅଙ୍ଗନବାଡି ଦିଦିଙ୍କୁ ପୋଲିସ ଇନ୍ଫୋର୍ମର ଭାବି ମାଓବାଦୀ ମାନେ ହତ୍ୟା କରିଥିଲେ । ତେବେ ଆଜି ପୁଣି ଆଉ ଏକ ଖବର ଆସିଛି ପୁଣି ମାଓବାଦୀ ମାନେ ନିର୍ମମ ହତ୍ୟା କାଣ୍ଡ ଘଟାଇଛନ୍ତି ।