25.1 C
Bhubaneswar
Thursday, March 26, 2026
Homeଓଡିଶାଅପବିତ୍ର ହେଲା ପବିତ୍ର ସଂପର୍କ; ଖୁଡ଼ି ସହ ସ୍ୱାମୀ ବାହାଘର କଲା ସ୍ତ୍ରୀ

ଅପବିତ୍ର ହେଲା ପବିତ୍ର ସଂପର୍କ; ଖୁଡ଼ି ସହ ସ୍ୱାମୀ ବାହାଘର କଲା ସ୍ତ୍ରୀ

ମୟୁରଭଞ୍ଜ: ଅପବିତ୍ର ହେଲା ପବିତ୍ର ସଂପର୍କ। ଏଠି ବଦନାମ ହେଉଛି ରକ୍ତସମ୍ପର୍କ। ଖୁଡିକୁ ପ୍ରେମକରି ଦୈହିକ ସଂପର୍କ ରଖି ହଟହଟା ହୋଇଛନ୍ତି ଖୁଡି ପୁତୁରା । ନୂଆ କରି ବାହା ହୋଇ ଆଣିଥିବା ସ୍ତ୍ରୀର ସିନ୍ଦୂର ଶଙ୍ଖାକୁ ମାସେ ନ ପୁରୁଣୁ ସ୍ତ୍ରୀ କାରାଉଛି ସ୍ଵାମୀ ବାହାଘର । ସ୍ୱାମୀର ଖୁସିରେ ପାଚେରୀ ନ ହୋଇ ଦାନରେ ଦେଉଛି ଶଙ୍ଖା ସିନ୍ଦୂର। ସ୍ତ୍ରୀ ସହ ଦାମ୍ପତ୍ୟ ସଂପର୍କ ନ ରଖି ନିଜ ଖୁଡି ସହ ରଖୁଥିଲେ ସ୍ୱାମୀ ସ୍ତ୍ରୀର ଗୁପ୍ତ ସଂପର୍କ। ବାହାଘରକୁ ୩୦ଦିନ ପୁରି ନଥିଲେ ବି ନୂଆ ନଭେଲି ସ୍ତ୍ରୀ ସହ ଦାମ୍ପତ୍ୟ ସଂପର୍କ ନ କରିବାରୁ ସନ୍ଦେହ କରୁଥିଲେ ସ୍ତ୍ରୀ । ନୂଆବୋହୂ କରି କପାଳରେ ସିନ୍ଦୂର ହାତରେ ଶଙ୍ଖା ପିନ୍ଧାଇ ଜନ୍ମ ଜନ୍ମ ପାଇଁ ସାଥୀ ହୋଇ ରହିବାର ପ୍ରତିଶୃତି ଦେଇ ଆଣିଥିବା ସ୍ତ୍ରୀକୁ ଧକ୍କାଦେଇ ବିବାହିତା ସ୍ତ୍ରୀ ବଦଳରେ ନିଜ ଖୁଡି ସହ ରଖୁଥିଲେ ସ୍ୱାମୀ ସ୍ତ୍ରୀର ସଂପର୍କ। ହେଲେ ସତ କେବେ ଲୁଚି ରହେନା ପଦାକୁ ଆସିଲା ଖୁଡି ପୁତୁରାର ପ୍ରେମ ସଂପର୍କ। ପ୍ରେମରେ ମଜଗୁଲ ରହି ଗୋଟିଏ ଖଟିଆରେ ଅନ୍ତରଙ୍ଗ ମୁହୂର୍ତ୍ତର ସ୍ୱର୍ଗୀୟ ଆନନ୍ଦ ଉପଭୋଗ କରୁଥିବା ବେଳେ ଦେଖି ଦେଇଥିଲା ସ୍ତ୍ରୀ ।

ହେଲେ ସେହି ସ୍ତ୍ରୀ ସ୍ୱାମୀର ସ୍ପର୍ଶ ପାଇ ସ୍ୱାମୀର ଛାତିରେ ନିଜକୁ ହଜାଇ ଦେଇ ସ୍ଵାମୀ ସ୍ତ୍ରୀର ପବିତ୍ରବନ୍ଧନର ସ୍ୱର୍ଗୀୟ ସୁଖ ଅନୁଭବ ପାଇବାକୁ ରାତି ରାତି ଅପେକ୍ଷା କରି ନିରାଶ ହୋଇ ଆସୁଥିଲା ବେଳେ ଦେହରେ ଲାଗୁଥିଲା ନିଆଁ ଛାତିରେ ଭରି ଯାଉଥିଲା କୋହ ଆଖିରେ ଥିଲା ଆଖିଏ ଲୁହ ଆଉ ସନ୍ଦେହ । ସ୍ୱାମୀର ଅସହଯୋଗକୁନେଇ ଖୋଜୁ ଥିଲା କାରଣ ଆଖିରେ ଧରାପଡିଲା ପ୍ରମାଣ । ନିମିଷକେ ଜଳିପୋଡ଼ି ପାଉଁଶ ହୋଇଗଲା ସବୁ ସ୍ବପ୍ନ। ଭରସା ହରାଇଲା ସ୍ଵାମୀ ସ୍ତ୍ରୀର ପବିତ୍ର ସଂପର୍କ। ତେବେ ଘଟଣାକୁନେଇ ନୂଆ ବୋହୁଟି ଜଣାଇଥିଲା ତାର ବାପ ଘରକୁ । ଖବରପାଇ ଆସିଥିଲେ ବାପା ମାଆ ବୁଝାଇଥିଲେ ଜ୍ବାଇଁ ପୁଅକୁ । ଏଭଳି ଭୂଲର ପୁନଃରାବୃତ୍ତି ନ ହେବାର ପ୍ରତିଶୃତି ଦେଇଥିଲା ଜ୍ଵାଇଁପୁଅ । ମାତ୍ର ପ୍ରେମ ମାନିଲାନି ବନ୍ଧବାଡ କି ପ୍ରତିଶୃତି । ପୁଣି ଚାଲିଲା ଖୁଡି ପୁତୁରାର ସେହି ପୁରୁଣା ଆଦିମ ଖେଳ । ସହି ପାରିଲାନି ନୂଆ ବୋହୂ ।ଯୋଉଥିପାଇଁ କୁହାଯାଇଛି ବଣ ପୋଡ଼ିଗଲେ ଦୁନିଆଁ ଦେଖିବ ମନ ଜଳିଗଲେ ଦେଖିବ କିଏ ।

ଛାତି ତଳର କୋହ ମନର ଦୁଃଖ ଆଖିର ଲୁହକୁ ଚାପିଧରି ଜଣେ ସ୍ତ୍ରୀ କରାଉଛି ସ୍ୱାମୀର ବାହାଘର । ପୁତୁରା ବାହା ହେଉଛି ଖୁଡିକୁ ଆଉ ଖୁଡି ବି ସ୍ଵାମୀ ଭାବେ ଗ୍ରହଣ କରୁଛି ପୁତୁରାକୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଅନ୍ତର୍ଗତ ଭୂଡରୁବଣୀ ଗ୍ରାମ ୩ନଂ ୱାର୍ଡରେ। ଏଠାରେ ଥିବା ଶିବ ବେହେରାଙ୍କ ପୁଅ ଫିକି ବେହେରା ଗୁରୁମାଇସାନିର କୁଲଡ଼ିହା ଗ୍ରାମରୁ ବିବାହ କରିଥିଲେ । ତେବେ ବାପ ଘରୁ ବୋହୂ ହୋଇ ବିଦା ହୋଇ ଆସିବା ଭିତରେ କୁଆଁରୀ ମନନେଇ ଦେଖିଥିବା ସବୁ ସ୍ବପ୍ନ ଆଖି ଆଗରେ ଚୁରମାର ହୋଇଯାଉଛି କେମିତି ଦେଖିବ କେମିତି ସହିବ। ମନରେ ବିଦ୍ରୋହ, ଜଳି ଯାଉଛି ହୃଦୟ,ଦୁଃଖରେ ଫାଟି ଯାଉଛି ଛାତି ଝରି ଯାଉଛି ଆଖିରୁ ଧାର ଧାର ଲୁହ । ଆଉ ତାରି ଭିତରେ ସ୍ୱାମୀର ଖୁସି ପାଇଁ ପୋଛି ଦେଉଛି କପାଳରୁ ସିନ୍ଦୂର ଖୋଲି ଦେଉଛି ହାତରୁ ଶଙ୍ଖା।

ସ୍ୱାମୀର ପ୍ରେମିକା ସାଜିଥିବା ଖୁଡିକୁ ଦାନରେ ଦେଉଛି ଶଙ୍ଖା ସିନ୍ଦୂର ଆଉ ଆଣିଥିବା ସବୁ ଆସବାବ ପତ୍ର ନେଇ ସବୁଦିନ ପାଇଁ ଚାଲି ଯାଉଛି ବାପଘର । ଏଭଳି ଏକ ହୃଦୟବିଦାରକ ଘଟଣା ଆସିଛି ସାମ୍ନାକୁ । ଯୋଉଠି ସଂପର୍କର ସବୁ ସୀମାଡେଇଁ ବାଟବଣା ହୋଇ ଅସଂପର୍କକୁ ଆପଣାଇ ବଦନାମ କରିଛି ପବିତ୍ର ସାମାଜିକ ସଂପର୍କକୁ । ଏଭଳି ଘଟଣାରେ କେମିତି ଧୈର୍ଯ୍ୟ ଧରିଥାନ୍ତା କଅଁଳ ବୟସରେ ବୋହୂ ହୋଇ ଆସିଥିବା ନିରିହା ଝିଅଟି। ନିଜେ ସାରା ଜୀବନ ଅଶାନ୍ତିର କାଟିବା ବଦଳରେ ଶେଷରେ ସାହସ ଦେଖାଇ ନେଇଥିବା ନିଷ୍ପତ୍ତି ଏକ ଉଦାହରଣ ସୃଷ୍ଟି କରିବ ନିଶ୍ଚୟ। ତେବେ ଆଗକୁ ପବିତ୍ର ସଂପର୍କକୁ ବଦନାମ କରିବାକୁ କେହି ଆଗକୁ ନ ଆସନ୍ତୁ ଏ ଘଟଣା ନିଶ୍ଚିତ ଶିକ୍ଷା ଦେବ ବୋଲି ଆଲୋଚନା ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking