28.1 C
Bhubaneswar
Tuesday, March 3, 2026
Homeଦେଶ ବିଦେଶଭିକାରି ସହ ଫେରାର ହେଲା ପତ୍ନୀ !

ଭିକାରି ସହ ଫେରାର ହେଲା ପତ୍ନୀ !

ହରଦୋଇ: ଭିକ ମାଗିବାକୁ ଆସିବା ବେଳେ ପରସ୍ପରକୁ ଜାଣିଲେ। ଏହା ପରେ ଫୋନରେ ଆରମ୍ଭ ହେଲା କଥାବାର୍ତ୍ତା। କିଛି ମାସ କଥା ହେବା ପରେ ସ୍ୱାମୀ ଓ ୬ଜଣ ସନ୍ତାନଙ୍କୁ ଛାଡ଼ି ଭିକାରି ସହ ଫେରାର ହେଲେ ମହିଳା। ଉତ୍ତରପ୍ରଦେଶର ହରଦୋଇରେ ଘଟିଛି ଏଭଳି ଘଟଣା। ପୀଡ଼ିତ ସ୍ୱାମୀଙ୍କ ନାମ ରାଜୁ ବୋଲି ଜଣାପଡ଼ିଥିବା ବେଳେ ଭିକାରିର ନାମ ନହ୍ନେ ପଣ୍ଡିତ ବୋଲି ଜଣାପଡ଼ିଛି। ଦୁହେଁ ଫେରାର ହେବା ପରେ ଏବେ କେଉଁଠି ଅଛନ୍ତି, ତାହା ଜାଣିବା ପାଇଁ ଛାନଭିନ୍ ଆରମ୍ଭ କରିଛି ପୁଲିସ।

ତାଙ୍କ ଅଭିଯୋଗରେ ୪୫ ବର୍ଷୀୟ ରାଜୁ ଲେଖିଛନ୍ତି ଯେ, “ସେ ତାଙ୍କ ସ୍ତ୍ରୀ ରାଜେଶ୍ୱରୀ ଏବଂ ସେମାନଙ୍କର ଛଅ ପିଲାଙ୍କ ସହିତ ହରଦୋଇର ହରପାଲପୁର ଅଞ୍ଚଳରେ ରୁହନ୍ତି। କିଛି ମାସ ହେଲା ୪୫ ବର୍ଷୀୟ ନହ୍ନେ ପଣ୍ଡିତ ତାଙ୍କ ପଡୋଶୀଙ୍କ ଘରକୁ ଭିକ ମାଗିବା ପାଇଁ ଆସୁଥିଲେ। ଏହି ସମୟ?ରେ ସେ ପ୍ରାୟତଃ ରାଜେଶ୍ୱରୀଙ୍କ ସହିତ କଥା ହେଉଥିଲେ। କିଛି ଦିନ ଏଭଳି କଥା ହେବା ପରେ ଦୁହେଁ ପରସ୍ପରକୁ ନମ୍ବର ଦେଇ ଫୋନରେ କଥା ହେବା ଆରମ୍ଭ କରିଥିଲେ। ଜାନୁଆରି ୩ରେ ରାଜେଶ୍ୱରୀ ପରିବା କିଣିବାକୁ ଯାଉଛି ବୋଲି କହି ଆଉ ଫେରିନାହାନ୍ତି। ମୋର ସନ୍ଦେହ ହେଉଛି ଯେ, ସେ ନହ୍ନେ ପଣ୍ଡିତଙ୍କ ସହିତ ଫେରାର ହୋଇଛନ୍ତି। ତାଙ୍କର ଏଭଳି ଅଭିଯୋଗ ପରେ ପୁଲିସ ନହ୍ନେ ପଣ୍ଡିତକୁ ଖୋଜିବା ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking