ଲକ୍ଷ୍ନୌ: ଉତ୍ତରପ୍ରଦେଶର ଫିରୋଜାବାଦରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଜଣେ ମଦ୍ୟପ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଅତି ଯନ୍ତ୍ରଣାଦାୟକ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ସାଧାରଣଲୋକଙ୍କ ଠାରୁ ଆରମ୍ଭ କରି ପୁଲିସ ଓ ଡାକ୍ତର ବି ଏହି ବର୍ବର ହତ୍ୟାକାଣ୍ଡକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ରିପୋର୍ଟ ମୁତାବକ, ରେଶମାଙ୍କ ଗତ ସୋମବାର ରାତିରେ ସ୍ୱାମୀ ସୁରଜିତଙ୍କ ସହ ଝଗଡ଼ା ହୋଇଥିଲା । ଏହି କାରଣରୁ ମଦ୍ୟପ ସୁରଜିତ୍ ଆଗପଛ କିଛି ବିଚାର ନକରି ରାଗରେ ରେଶମାଙ୍କ ହାତ ଓ ଗୋଡ ବାନ୍ଧି ପିଟିବା ଆରମ୍ଭ କରିଥିଲେ । କେବଳ ଏତିକି ନୁହେଁ, ସୁରଜିତ୍ ରେଶମାଙ୍କ ଗୁପ୍ତାଙ୍ଗରେ ଏକ ବେଲଣାକାଠି ବି ପୁରାଇ ଦେଇଥିଲେ । ସୁରଜିତଙ୍କ ନିଷ୍ଠୁରତା ଏଠାରେ ଶେଷ ହୋଇ ନଥିଲା । ସେ ତାଙ୍କ ରାଗ ଶାନ୍ତ କରିବାକୁ ରେଶମାଙ୍କୁ ଦାନ୍ତରେ କାମୁଡିବା ସହିତ ବେଲ୍ଟରେ ପିଟିପିଟି ଅତି ଯନ୍ତ୍ରଣାଦାୟକ ଭାବେ ହତ୍ୟା କରିଥିଳେ । ଏହି ହତ୍ୟା ଘଟଣାକୁ ନେଇ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଯାଇଛି । ୨୮ବର୍ଷ ବୟସ୍କା ରେଶମା ୧୦ ବର୍ଷ ପୂର୍ବେ ସୁରଜିତଙ୍କୁ ବିବାହ କରିଥିଲେ । ବିବାହର କିଛିବର୍ଷ ଠିକଠାକ ଚାଲିଥିଲା ।
ଏହାପରେ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଦେଖା ଦେଇଥିଲା । ସୁରଜିତଙ୍କର ମଦ୍ୟପାନ କରିବାର ଅଭ୍ୟାସ ଥିଲା । ଯାହାକୁ ରେଶମା ପସନ୍ଦ କରୁ ନଥିଲେ । ଏହି କାରଣରୁ ଦମ୍ପତିଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ଲାଗିଥାଏ । ଗତ ସୋମବାର ରାତିରେ ବିସୁରଜିତ ମଦ୍ୟପାନ କରି ଘରକୁ ଆସିଥିଲେ । ଏହପରେ କିଛି ପ୍ରସଙ୍ଗରୁ ନେଇ ରେଶମାଙ୍କ ସହ ତାଙ୍କର ଯୁକ୍ତିତର୍କ ଲାଗିଥିଲା । ଏଥିରେ ସୁରଜିତ ଏତେ ରାଗି ଯାଇଥିଲେ ଯେ ସେ ରେଶମାଙ୍କ ହାତ ଓ ଗୋଡ ବାନ୍ଧି ପିଟିବା ଆରମ୍ଭ କରିବା ସହିତ ତାଙ୍କ ଗୁପ୍ତାଙ୍ଗରେ ଏକ ବେଲଣାକାଠି ପୁରାଇ ଦାନ୍ତରେ କାମୁଡିବା ସହିତ ବେଲ୍ଟରେ ପିଟିପିଟି ହତ୍ୟା କରିଥିଲେ । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ରେଶମାଙ୍କୁ ହତ୍ୟା କରିବା ପରେ ସୁରଜିତ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ରେଶମାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପୁଲିସ ପଠାଇ ଦେଇଥିଲା । ପୋଷ୍ଟମର୍ଟମ ସମୟରେ ରେଶମାଙ୍କ ଗୁପ୍ତାଙ୍ଗରୁ ବେଲଣାକାଠି ବାହାରିବା ଦେଖି ଡାକ୍ତର ଓ ପୁଲିସ ସ୍ତବ୍ଧ ହୋଇଯାଇଥିଲେ ।