29.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଚାକରାଣୀ ସହ ସ୍ୱାମୀର ନିବିଡ଼ ସମ୍ପର୍କକୁ ସହି ପାରିଲାନି ସ୍ତ୍ରୀ, ଶେଷରେ କ’ଣ ହେଲା ଜାଣନ୍ତୁ..

ଚାକରାଣୀ ସହ ସ୍ୱାମୀର ନିବିଡ଼ ସମ୍ପର୍କକୁ ସହି ପାରିଲାନି ସ୍ତ୍ରୀ, ଶେଷରେ କ’ଣ ହେଲା ଜାଣନ୍ତୁ..

ବେଙ୍ଗାଲୁରୁ: ଗୋଟେ ସ୍ତ୍ରୀ କେବେ ହେଲେ ନିଜ ସ୍ୱାମୀକୁ ଆଉ କାହା ସହ ଦେଖି ସହିପାରିବନି। ଏମିତି ବି ଅନେକ ଘଟଣା ଆମେ ଦେଖିଛେ ପରକ୍ରୀୟା ପ୍ରୀତି ପାଇଁ ସ୍ୱାମୀ ମରୁଛି ନହେଲେ ସ୍ତ୍ରୀ। ଏଠି ବି ଠିକ୍ ସେହିପରି କିଛି ଘଟଣା ସାମ୍ନାକୁ ଆସିଛି। ଘରର ଚାକରାଣୀ ସହ ସ୍ୱାମୀର ନିବିଡ଼ ସମ୍ପର୍କକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଯୁକ୍ତିତର୍କ ଲାଗି ରହୁଥିଲା। ଆଉ ଏହି ତିକ୍ତତାକୁ ସବୁଦିନ ପାଇଁ ବନ୍ଦ କରିବାକୁ ସ୍ତ୍ରୀ ଜଣକ ସ୍ୱାମୀକୁ ସବୁବେଳ ପାଇଁ ନିଦରେ ଶୁଆଇଦେଲେ। ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଯେଉଁଠାରେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣାଟି ସହରର ଏସ.ଜି. ପାଲିଆ ଅଞ୍ଚଳର। ୪୨ ବର୍ଷୀୟ ଭାସ୍କରଙ୍କୁ ତାଙ୍କ ପତ୍ନୀ ଶ୍ରୁତି ହତ୍ୟା କରିଥିବା ସୂଚନା ମିଳିଛ।

କୁହାଯାଉଛି ଯେ ଉଭୟଙ୍କ ମଧ୍ୟରେ ପ୍ରାୟତଃ ଝଗଡା ହେଉଥିଲା ଏବଂ ଏଥର କଥା ଏତେ ବଢିଗଲା ଯେ ଶ୍ରୁତି ଏକ କାଠ ବାଡ଼ିରେ ଭାସ୍କରଙ୍କ ମୁହଁକୁ ଆକ୍ରମଣ କରିଥିଲେ।ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ସୂଚନା ଅନୁଯାୟୀ ଭାସ୍କରଙ୍କର ତାଙ୍କ ଘରର ଚାକରାଣୀଙ୍କ ସହିତ ଘନିଷ୍ଠ ସମ୍ପର୍କ ଥିଲା। ଏହି ବିଷୟକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟତଃ ଉତ୍ତେଜନା ଲାଗି ରହୁଥିଲା। ଦୁଇ ଦିନ ପୂର୍ବରୁ ମଧ୍ୟ ଏହି ବିଷୟକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏଥର ଝଗଡ଼ା ଏତେ ବଡ଼ ହୋଇଗଲା ଯେ ଶ୍ରୁତି ତାଙ୍କର ରାଗକୁ ଆୟତ୍ତ କରିପାରିଲେ ନାହିଁ। ଏକ ବାଡ଼ିରେ ସ୍ୱାମୀଙ୍କୁ ଆକ୍ରମଣ କଲେ, ଯାହା ଫଳରେ ଭାସ୍କରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଗଲା। ଭାସ୍କରଙ୍କ ମୃତ୍ୟୁ ପରେ ପତ୍ନୀ ଶ୍ରୁତି ପୋଲିସ ସମ୍ମୁଖରେ ଏକ ମିଛ କାହାଣୀ ରଚନା କରିଥିଲେ। ସେ କହିଥିଲେ ଯେ ଭାସ୍କର ମଦ୍ୟପାନ କରିଥିଲେ ଏବଂ ବାଥରୁମରେ ପଡ଼ି ଆହତ ହୋଇଥିଲେ। ତା’ପରେ ସେ ତାଙ୍କୁ ଗାଧୋଇ ଦେଇଥିଲେ ଏବଂ ବିଛଣାରେ ଶୁଆଇ ଦେଇଥିଲେ, କିନ୍ତୁ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking