34.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶସାରା ବିଶ୍ୱ ଶକ୍ତି ସଂକଟର ସମ୍ମୁଖୀନ: ମୋଦି

ସାରା ବିଶ୍ୱ ଶକ୍ତି ସଂକଟର ସମ୍ମୁଖୀନ: ମୋଦି

ନୂଆଦିଲ୍ଲୀ: ପଶ୍ଚିମ ଏସିଆ ପ୍ରସଙ୍ଗରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି । କହିଛନ୍ତି, ଯୁଦ୍ଧ ଆରମ୍ଭ ପରଠାରୁ ୩ ଲକ୍ଷ ୭୫ ହଜାର ଭାରତୀୟ ଫେରିଲେଣି । କେବଳ ଇରାନରୁ ପ୍ରାୟ ୧ ହଜାର ଭାରତୀୟ ଫେରିଲେଣି । ଏମାନଙ୍କ ମଧ୍ୟରେ କେବଳ ୭ ଶହ ଡାକ୍ତରୀ ଛାତ୍ରଛାତ୍ରୀ ଅଛନ୍ତି । ଯୁଦ୍ଧ ଆରମ୍ଭ ପରଠାରୁ ହର୍ମୁଜ ପ୍ରମାଳୀ ଦେଇ ଯାତାୟତ କଠିନ ହୋଇଛି । ତେଲ, ଗ୍ୟାସ, ସାର ମୁଖ୍ୟତଃ ଏହି ହର୍ମୁଜ ଦେଇ ଆସିଥାଏ । ପୂର୍ବରୁ ୨୭ ଦେଶରୁ ଏନର୍ଜୀ ଆମଦାନୀ ହେଉଥିଲା , ଏବେ ୪୧ ଦେଶରୁ ଆସୁଛି । ଭାରତ ପାଖରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ମହଜୁଦ ରହିଛି । ଏଲପିଜିରୁ ପିଏନଜିକୁ ପରିବର୍ତ୍ତନ ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ସାରା ବିଶ୍ୱରେ ଶକ୍ତି ସଙ୍କଟ ଦେଖାଦେଇଛି । ଆମ ଦେଶ ମଧ୍ୟ କେତେକାଂଶରେ ଶକ୍ତି ସଂକଟର ସମ୍ମୁଖୀନ । ଯୁଦ୍ଧ ଆମ ବାଣିଜ୍ୟ ଉପରେ ପ୍ରଭାବ ପକାଇଛି ।ପେଟ୍ରୋଲ , ଡିଜେଲ, ଗ୍ୟାସ, ସାର ଯୋଗାଣ ପ୍ରଭାବିତ ହୋଇଛି । ହର୍ମୁଜ ପ୍ରଣାଳୀରେ ଅନେକ ଭାରତୀୟ ଜାହାଜ ଅଟକି ରହିଛି । ଅନେକ ଭାରତୀୟ ନାବିକ ଫସି ରହିଛନ୍ତି , ନିଶ୍ଚିତରେ ଚିନ୍ତାଜନକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking