18.1 C
Bhubaneswar
Wednesday, February 4, 2026
Homeଓଡିଶାହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା

ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ୱର: ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା। ଗଲା କିଛି ଦିନ ଧରି ସମଗ୍ର ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ଶୀତ। ପଶ୍ଚିମରୁ ପୂର୍ବ, ଦକ୍ଷିଣରୁ ଉତ୍ତର, ସବୁଠି ଚାଲିଛି ଶୀତର ରାଜୁତି। କନ୍ଧମାଳ ଜିଲ୍ଲାରେ ପାରଦ ୩ ଡିଗ୍ରୀ ଛୁଇଁବା ପରେ ବରଫ ପାଲଟି ଯାଉଛି ପାଣି ଓ କାକର। ପ୍ରଭାବ ଏତେ ଯେ, ଦିନ ୧୦ଟା ଯାଏଁ ରାସ୍ତାଘାଟ ଜନଶୂନ୍ୟ। ୟା ଭିତରେ ରାଜ୍ୟବାସୀ ଆହୁରି ଦୁଇଦିନ ଜାଡ଼ରେ ଥରହର ହେବା ନେଇ ଆଗୁଆ ସୂଚନା ଦେଇଛି ପାଣିପାଗ ବିଭାଗ।

କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି। ଏଇଠି ଗତକାଲି ରେକର୍ଡ ସ୍ତରକୁ ଖସିଛି ପାରଦ। କାଲି ଏଠି ତାପମାତ୍ର ଥିଲା ୩.୧ ଡିଗ୍ରୀ ସେଲସିୟସ। ଯାହାକି ରାଜ୍ୟର ସର୍ବନିମ୍ନ। ସେହିଭଳି ଜିଲ୍ଲାର ଦାରିଙ୍ଗିବାଡ଼ି, ବାଲିଗୁଡ଼ାର ସ୍ଥିତି ବି ସଙ୍ଗୀନ। ଏପଟେ କୋରାପୁଟ ଜିଲ୍ଲାକୁ ବି ଥରାଇ ଦେଉଛି ପ୍ରବଳ ଜାଡ଼।ସେମିଳିଗୁଡ଼ାରେ ପାରଦ ପହଞ୍ଚିଛି ୩.୫ ଡିଗ୍ରୀ ସେଲସିୟସରେ। ଏପଟେ କଳାହାଣ୍ଡି, ଝାରସୁଗୁଡ଼ା, ଅନୁଗୁଳ ଓ ସୁନ୍ଦରଗଡ଼ ବାସୀଙ୍କୁ ରାତିରେ ଶୁଆଇ ଦେଉନି ଅସହ୍ୟ ଶୀତ। ଶୀତପାଇଁ ଦିନ ପ୍ରାୟ ୧୦ଟା ଯାଏଁ ରାସ୍ତାଘାଟ ଶୂନଶାନ। ପ୍ରକୋପ ଏତେ ଅଧିକ ଯେ, ଦିନ ୧୦ଟା ପରେ ବି ନିଆଁ ପାଖରୁ ଉଠିବାକୁ ଇଚ୍ଛା ନାହିଁ। ଟୋପି, କମ୍ବଳ ଓ ଅନ୍ୟ ଶୀତବସ୍ତ୍ରକୁ ଏ ଜାଡ଼ ମାନୁନଥିବାରୁ କାଠୁଆ ଶୀତକୁ କାଟିବାକୁ ଗରିବ ଲୋକଙ୍କ ସାହାରା ପାଲଟିଛି ଏହି ନିଆଁ।ଅତ୍ୟଧିକ ଶୀତ ସାଙ୍ଗକୁ ଏପଟେ ରାଜ୍ୟର କିଛି ଜିଲ୍ଲାରେ ସମସ୍ୟା ବଢାଇ ଦେଇଛି ଘନ କୁହୁଡ଼ି। ସୋନପୁର ଓ ଝାରସୁଗୁଡ଼ା ଭଳି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଶୀତ ସାଙ୍ଗକୁ ବହଳ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଏପଟେ ରାଜ୍ୟରେ ଶୀତର ପ୍ରଭାବ ଆହୁରି ୪୮ ଘଣ୍ଟା ଯାଏଁ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କାର୍ଯ୍ୟାଳୟ। କାଲି ପାଇଁ ରାଜ୍ୟର ୩ ଜିଲ୍ଲା କଳାହାଣ୍ଡି, ଅନୁଗୁଳ ଓ ଝାରସୁଗୁଡ଼ାରେ ଶୀତ ପାଇଁ ୟେଲ୍ଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ କନ୍ଧମାଳ, କଳାହାଣ୍ଡି ଓ ସୁନ୍ଦରଗଡ଼ ପାଇଁ ଜାରି ହୋଇଛି କୁହୁଡ଼ି ସତର୍କତା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking