ନୂଆଦିଲ୍ଲୀ : ସାରା ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ । ସ୍ୱାଧିନତା ପାଇବାର ପ୍ରାୟ ଅଢେଇ ବର୍ଷ ପରେ ଭାରତ ନିଜ ସମ୍ବିଧାନ ପ୍ରଣୟନ କରିବାରେ ସକ୍ଷମ ହୋଇଥିଲା । ପ୍ରାୟ ୨ ବର୍ଷ ୧୧ ମାସ ଏବଂ ୧୮ ଦିନ ପରେ ୧୯୫୦ ମସିହା ଜାନୁଆରୀ ୨୬ରେ ସଂସଦରେ ଭାରତୀୟ ସମ୍ବିଧାନ ଅନୁମୋଦନ ହୋଇଥିଲା । ପରେ ଭାରତୀୟ ଗଣତନ୍ତ୍ର ବଳ ରାଜ୍ୟ ଭାବରେ ନିଜକୁ ଘୋଷଣା କରିଥିଲା । ତିନୋଟି ରାଷ୍ଟ୍ରୀୟ ଦିବସ ମଧ୍ୟରୁ ଗଣତନ୍ତ୍ର ଦିବସ ହେଉଛି ସେଥିରୁ ଗୋଟିଏ । ଆଜିର ଦିନରେ ଦିଲ୍ଲୀରେ ସ୍ୱତନ୍ତ୍ର ପ୍ୟାରେଡର ଆୟୋଜନ କରାଯାଇଛି । ଦେଶ ତଥା ବିଦେଶରେ ରହୁଥିବା ଭାରତୀୟଙ୍କ ପାଇଁ ଏହି ଦିବସ ପାଳନ କରିବା ଏକ ସମ୍ମାନର ବିଷୟ । ଦେଶର ସମସ୍ତ ରାଜ୍ୟ ରାଜଧାନୀରେ ଗଣତନ୍ତ୍ର ଦିବସକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି । ଗଣତନ୍ତ୍ର ଦିବସ ପାଳନ ପାଇଁ ଦିଲ୍ଲୀରେ ଏକ ମାସ ପୂର୍ବରୁ ଆରମ୍ଭ କରାଯାଇଥାଏ । ଏହି ସମାରୋହରେ ବିଭିନ୍ନ ରାଜ୍ୟର ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳୁଛି । ଏହି ଦିବସ ଅବସରରେ ପ୍ୟାରେଡରେ ଭାଗ ନେଇ ଜଳ ସ୍ଥଳ ଓ ବାୟୁସେନାର ଯବାନ ମାନେ ବିଭିନ୍ନ ଦୁଃ ସାହାସିକତାର ସହ ପ୍ରଦର୍ଶନ କରିଥାନ୍ତି । ଗଣତନ୍ତ୍ର ଦିବସର ୩ ଦିନ ପରେ ଜାନୁଆରୀ ୨୯ରେ ଜାତୀୟ ପତାକା ଅବତରଣ ଉତ୍ସବ ଅନୁଷ୍ଠିତ ହୁଏ । ସାରା ବିଶ୍ୱରେ ଭାରତର ଗଣତନ୍ତ୍ର ଏକ ବିଶାଳ ଗଣତନ୍ତ୍ରର ଆଖ୍ୟା ପାଇଛି । ତେଣୁ ସମ୍ବିଧାନ ପ୍ରଣୟନ ହୋଇଥିବା ଦିନକୁ ଭାରତୀୟ ମାନେ ଗଣତନ୍ତ୍ର ଦିବସ ଭାବରେ ଆନନ୍ଦ ଅନୁଭବ କରନ୍ତି ।