ସୁନ୍ଦରଗଡ: ଆସନ୍ତାକାଲି ଥିଲା ବାହାଘର, ଆଜି ଚାଲିଗଲା ଜୀବନ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା ଲାଞ୍ଜିବନା ଗାଁରେ। ଗଛ କାଟିବା ବେଳେ ୩୩ କେଭି ତାରରେ କରେଣ୍ଟ ଲାଗି ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆସନ୍ତାକାଲି ପଡିଥାନ୍ତା ହାତଗଣ୍ଠି । ହେଲେ ତା’ପୂର୍ବରୁ ଏଭଳି ଅଘଟଣ ଘଟିଯାଇଛି। ଯାହାକୁ ନେଇ ଏବେ ଗାଁରେ ଶୋକର ପରିବେଶ ସୃଷ୍ଟି ହୋଇଛି।










