ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ । ସାରା ରାଜ୍ୟରେ ସର୍ବନିମ୍ନ ତାପପାତ୍ରା ୨୦ ଡିଗ୍ରୀ ତଳେ ରହିଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଆଇଏମଡିର ଆକଳନ ‘ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ନାହିଁ । ଚଳିତ ସପ୍ତାହରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।’ ଫୁଲବାଣୀ ଓ ଝାରସୁଗୁଡ଼ାରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପାଣିପାଗ ବିଜ୍ଞାନୀ ଡ. ସଞ୍ଜୀବ ଦ୍ୱିବେଦୀଙ୍କ ସୂଚନା ଅନୁଯାୟୀ, ” ୨୦ ତାରିଖ ପର୍ୟ୍ୟନ୍ତ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି । ବର୍ଷା ନେଇ କୌଣସି ଆଲର୍ଟ ଜାରି କରାଯାଇ ନାହିଁ । ଆଗାମୀ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ଦେଖାଯିବ ନାହିଁ । ୨୦ ତାରିଖ ପରେ ୨ରୁ ୪ ଡିଗ୍ରୀ ତାପମାତ୍ରା ଖସିବାର ସମ୍ଭାବନା ରହିଛି ।”ଶନିବାର ଫୁଲବାଣୀ ଓ ଝାରସୁଗୁଡାରେ ସର୍ବାଧିକ ଶୀତ ଅନୁଭୂତ ହୋଇଛି । ଏଠାରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରହିଛି । ୨ ସ୍ଥାନକୁ ଛାଡ଼ି ବାକି ଅନ୍ୟ ଜିଲ୍ଲାଗୁଡିକରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ଉପରେ ରହିଛି । ୧୫ ଡିଗ୍ରୀ ସେଲସିୟସ ତଳେ ଭବାନୀପାଟଣା-୧୧ ଡିଗ୍ରୀ ସେଲସିୟସ, କୋରାପୁଟ- ୧୩ ଡିଗ୍ରୀ ସେଲସିୟସ, ନବରଙ୍ଗପୁର – ୧୨ ଡିଗ୍ରୀ ସେଲସିୟସ, ରାୟଗଡ଼ା -୧୪ ଡିଗ୍ରୀ ସେଲସିୟସ, ବଲାଙ୍ଗୀର- ୧୩ ଡିଗ୍ରୀ ସେଲସିୟସ, ଅନୁଗୋଳ – ୧୨ ଡିଗ୍ରୀ ସେଲସିୟସ, ସୋନପୁର – ୧୪ ଡିଗ୍ରୀ ସେଲସିୟସ, ଢେଙ୍କାନାଳ- ୧୩ ଡିଗ୍ରୀ ସେଲସିୟସ, ସମ୍ବଲପୁର – ୧୩ ଡିଗ୍ରୀ ସେଲସିୟସ, ସୁନ୍ଦରଗଡ ୧୨ ଡିଗ୍ରୀ ସେଲସିୟସ, ରାଉରକେଲା – ୧୨ ଡିଗ୍ରୀ ସେଲସିୟସ, କେନ୍ଦୁଝର- ୧୨ଡିଗ୍ରୀ ସେଲସିୟସ ତାପମାତ୍ରା ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।ଟିଟିଲାଗଡ, ନୟାଗଡ, କଟକରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ରହିଛି । ନୂଆପଡା, ଗୋପାଳପୁର, ଖୋର୍ଦ୍ଧା, ଭୁବନେଶ୍ୱର, ଦେବଗଡ଼, ବାଲେଶ୍ୱର, ପାରାଦ୍ୱୀପରେ ତାପମାତ୍ରୀ ୧୬ ଡିଗ୍ରୀ ସେଲସିୟସ ରହିଛି ।










