ବ୍ୟୁରୋ : ଫୁଲୁଛି ବୁଢାବଳଙ୍ଗ ନଦୀର ଜଳସ୍ତର । ଉପରମୁଣ୍ଡରେ ଅତ୍ୟଧିକ ବର୍ଷା ପାଇଁ ବଢି ବଢି ଚାଲିଛି ବୁଢା ବଳଙ୍ଗର ଜଳସ୍ତର । ଯେ କୌଣସି ପରିସ୍ଥିତିରେ ବିପଦ ସଙ୍କେତ ଲଙ୍ଘିପାରେ ବୁଢାବଳଙ୍ଗ । ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ରେକର୍ଡ । ବରେହିପାଣିରେ ସର୍ୱାଧିକ ୧୭୪.୪୮୯ ମିଲିମିଟର ବର୍ଷା ରେକର୍ଡ କରିଛି । ଫଳରେ ବୁଢାବଳଙ୍ଗ ନଦୀର ଜଳସ୍ତର ବଢିବାରେ ଲାଗିଛି । ବର୍ତ୍ତମାନ ବାରିପଦା ସହରର ମଧୁବନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜୁଛି । ବୁଢାବଳଙ୍ଗର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା ବେଳେ ନଦୀକୂଳିଆ ଅଞ୍ଚଳରେ ବସବାସ କରୁଥିବା ବାରିପଦା ମ୍ୟୁନିସିପାଲଟିର ୭,୮,୯ ନମ୍ବର ୱାର୍ଡ ରେ ବସବାସ କରୁଥିବା କିଛି ଲୋକଙ୍କ ଘରେ ଏବେ ବନ୍ୟା ଜଳ ପ୍ରବାହିତ ହେଉଛି ।
https://www.youtube.com/watch?v=ABmY35uHaOk