28.1 C
Bhubaneswar
Tuesday, July 8, 2025
Homeଓଡିଶାକମୁଛି ଜଳସ୍ତର, ହଟୁନି ଦୁର୍ଦ୍ଦଶା

କମୁଛି ଜଳସ୍ତର, ହଟୁନି ଦୁର୍ଦ୍ଦଶା

ବାଲେଶ୍ଵର: ରାଜ୍ୟରେ  ବର୍ଷା ଲାଗି ରହିଥିବାରୁ ବିପଦ ସଙ୍କେତ ପାର କରିଥିଲା ସୁବଣ୍ଣରେଖା ଜଳ ।  ଲେକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଥିଲା । ହେଲେ  କିଛି ଦିନ ପରେ ସୁବଣ୍ଣରେଖା ନଦୀ ଜଳ ବିପଦ ସଙ୍କେତ ତଳକୁ ଖସିଛି । ରାଜଘାଟ ନିକଟରେ ବିପଦ ସଙ୍କେତ  ୧୦. ୩୬ ଥିବାବେଳେ ଏବେ ଜଳସ୍ତର ହ୍ରାସ ପାଇ ୧୦.୨୮ ମିଟରରେ  ପ୍ରବାହିତ ହେଉଛି ।  ସେହିପରି ଜାମଶୋଳା ଘାଟରେ  ୪୮ . ୫୦ ମିଟରରେ  ଜଳ ପ୍ରବାହିତ ହୋଇଛି । ଜଳକା ମଥାନୀଠାରେ ବିପଦ ସଙ୍କେତ ୬.୫୦ ଥିବା ବେଳେ ଏବେ ୬. ୨୮ ମିଟରରେ ପାଣି ପ୍ରବାହିତ ହେଉଛି ।  ଭୋଗରାଇ ବ୍ଲକର ୬ଟି ପଞ୍ଚାୟତରୁ ୨୫ରୁ ଅଧିକ ଗାଁ ଏବେ ମଧ୍ୟ ପାଣି ଘେରରେ ରହିଛି ।  ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ନଦୀ କୁଳିଆ ପଞ୍ଚାୟତ କୁମ୍ଭୀରଗଡ଼ି ଓ ଆରୁହାବର୍ତ୍ତୀରେ ପାଣି ଛାଡ଼ୁଥିବା ବେଳେ ତଳିଆ ପଞ୍ଚାୟତ ଗବଗାଁ, କୁସୁଡ଼ା, ଖରିଦ ପିପଳ ଓ ନାଛିଣ୍ଡା ଆଦି ଅଞ୍ଚଳରେ ପାଣି ବଢ଼ୁଥିବା ଦେଖିବାକୁ ମିଳିଛି । କିନ୍ତୁ ଏବେବି ପାଣି ଘେରରେ ଭୋଗରାଇ ବ୍ଳକର ୫ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ । ଭୋଗରାଇ କୁମ୍ଭୀରଗଡ଼ି ପଞ୍ଚାୟତ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ନଦୀ କୁଳିଆ ପଞ୍ଚାୟତ କୁମ୍ଭୀରଗଡ଼ି ଓ ଆରୁହାବର୍ତ୍ତୀରେ ପାଣି ଛାଡ଼ୁଥିଲା ବେଳେ ତଳିଆ ପଞ୍ଚାୟତରେ ପାଣି ବଢ଼ୁଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking