ଭୁବନେଶ୍ୱର : ହୀରାକୁଦ ଡ୍ୟାମରୁ ପାଣି ଛାଡ଼ିବା ପରେ ମହାନଦୀରେ ପ୍ରବଳ ପାଣି । ଅନ୍ୟପକ୍ଷରେ କଟକ ମୁଣ୍ଡଳିରେ ଜଳସ୍ତର ବୃଦ୍ଧି ପାଇଛି । ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ଦେଇ ୧ ଲକ୍ଷ ୭୦ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଦିନ ୧୧ଟା ସୁଦ୍ଧା ହୀରାକୁଦ ପାଣି ମୁଣ୍ଡଳୀରେ ପହଞ୍ଚିବ । ରବିବାର ୩ଟି ପର୍ୟ୍ୟାୟରେ ହୀରାକୁଦ ଡ୍ୟାମର ୨୦ଟି ଗେଟ ଖୋଲା ହୋଇଥିଲା । ମହାନଦୀ ଅବବାହିକାରେ ସମ୍ବଲପୁର, ସୋନପୁର, ନୟାଗଡ, ପୁରୀ, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଆସୁଥିବାରୁ ଏସବୁ ଜିଲାର ଜିଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସବୁ ଜିଲାର ଜିଲାପାଳଙ୍କ ଏସଆରସି ଆଲର୍ଟ କରିଛନ୍ତି। ମହାନଦୀକୁ ନ ଯିବାକୁ ଲୋକଙ୍କୁ ସତର୍କ କରାଯାଇଛି । ଗୃହପାଳିତ ପଶୁଙ୍କୁ ନଦୀ ପାଖକୁ ନ ଛାଡିବାକୁ କୁହାଯାଇଛି ।