34.1 C
Bhubaneswar
Thursday, March 26, 2026
Homeଓଡିଶାବିଜେପିର ପ୍ରଭୁତ୍ବବାଦୀ ନବ୍ୟଫାସିବାଦ ବିରୋଧରେ ସ୍ବର ଆହୁରି ଶାଣିତ ହେବ

ବିଜେପିର ପ୍ରଭୁତ୍ବବାଦୀ ନବ୍ୟଫାସିବାଦ ବିରୋଧରେ ସ୍ବର ଆହୁରି ଶାଣିତ ହେବ

କଂଗ୍ରେସରୁ ଦୂରେଇ ଯାଇଥିବା ଯୁବବନ୍ଧୁମାନଙ୍କୁ ପୁଣି କଂଗ୍ରେସର ମୁଖ୍ୟସ୍ରୋତରେ ସାମିଲ କରାଯିବ
ଭୁବନେଶ୍ୱର: ଶ୍ରୀ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ କଂଗ୍ରେସର କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତାକୁ ରାଜ୍ୟବ୍ୟାପୀ ଆହୁରି ତ୍ବରାନ୍ବିତ କରିବାକୁ ଇତିମଧ୍ୟରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଦଳର ଯୁବବର୍ଗଙ୍କୁ ନେଇ ଏକ ‘ଯୁବ ସଂଯୋଗ’ କମିଟି ଗଠିତ ହୋଇଛି। ଦଳକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବାପାଇଁ ଏହି କମିଟିର ସଦସ୍ୟମାନେ ସେତୁ ଭଳି କାମ କରିବେ। ଗତ କିଛିକାଳ ହେଲା କଂଗ୍ରେସ ଯେଉଁ ଯୁବବର୍ଗ ନିଷ୍କ୍ରିୟ ହୋଇଛନ୍ତି କିମ୍ବା କୌଣସି କାରଣରୁ ସୁଯୋଗ ପାଇନାହାନ୍ତି ଏବଂ ଯେଉଁମାନେ କଂଗ୍ରେସ ସଂଗଠନରୁ ଦୂରେଇ ରହିଛନ୍ତି ଓ ଅନ୍ୟଦଳରେ ଯୋଗଦେଇଛନ୍ତି, ସେମାନଙ୍କୁ ସଚେତନ କରାଇ ପୁର୍ନବାର ଦଳର ମୁଖ୍ୟସ୍ରୋତରେ ସାମିଲ କରାଇବା ଦିଗରେ ଏହି ଯୁବ ସଂଯୋଗ କମିଟିର ସଭ୍ୟସଭ୍ୟା ପରିଶ୍ରମ କରିବେ। ‘ଭୋଟ ଚୋରି’ ପ୍ରସଙ୍ଗରେ ସାରା ଭାରତବର୍ଷରେ ଆଲୋଡ଼ନ ସୃଷ୍ଟି କରିଥିବା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବାର୍ତ୍ତାକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ଦିଗରେ ଯୁବ ସଂଯୋଗ କମିଟି ସବୁ ପ୍ରକାର ପୟାସ କରିବ। ତୃଣମୂଳ ସ୍ତରରେ ଏପରି ଅନେକ କଂଗ୍ରେସମନସ୍କ ରାଜନୈତିକ ଓ ସାମାଜିକ କର୍ମୀ କାମ କରୁଛନ୍ତି, ଯେଉଁମାନଙ୍କ ଲକ୍ଷ୍ୟ ମଧ୍ୟ କଂଗ୍ରେସର ଯୁବବର୍ଗ ସହ ସମାନ। ସୁଯୋଗ ମିଳିଲେ ସେମାନେ ମଧ୍ୟ ପୂର୍ବଭଳି କଂଗ୍ରେସର ନୀତିଆଦର୍ଶର ପ୍ରଚାରପ୍ରସାର ଦିଗରେ କାମ କରିବେ। ଦେଶର କୋଟିକୋଟି ଜନତାଙ୍କ ସାମାଜିକ-ରାଜନୈତିକ-ଗଣତାନ୍ତ୍ରିକ ଅଧିକାର ପାଇଁ ହେଉଥିବା କଂଗ୍ରେସର ଦୁର୍ବାର ଆନ୍ଦୋଳନରେ ସେମାନଙ୍କୁ ଯୋଡ଼ିବା ‘ଯୁବ ସଂଯୋଗ କମିଟି’ର ମୁଖ୍ୟ ଲକ୍ଷ୍ୟ ହେବ। ଫଳରେ ବିଜେପିର ପ୍ରଭୁତ୍ବବାଦୀ ନବ୍ୟଫାସିବାଦ ବିରୋଧରେ ସ୍ବର ଆହୁରି ଶାଣିତ ହେବ। ଅନ୍ୟ ପକ୍ଷରେ ଜିଲ୍ଲାସ୍ତରରେ କିମ୍ବା ଗ୍ରାମାଞ୍ଚଳରେ କାର୍ଯ୍ୟରତ ସମଭାବାପନ୍ନ ସାମାଜିକ-ରାଜନୈତିକ କର୍ମୀଙ୍କ ପ୍ରତିବାଦର ସ୍ବର ରାଜଧାନୀରେ ପ୍ରତିଧ୍ବନିତ ହୋଇପାରୁନାହିଁ। କଂଗ୍ରେସ ସଂଗଠନ ସହ ମିଶି ସେମାନେ ସ୍ବର ଉତ୍ତୋଳନ କଲେ ରାଜ୍ୟର ସାଧାରଣ ଜନତାଙ୍କ ସ୍ବର ରାଜଧାନୀରେ ଅଧିକ ଜୋରଦାର ହେବ ବୋଲି ଯୁବ ସଂଯୋଗ କମିଟିର ସଂଯୋଜକ ନଳିନୀକାନ୍ତ ମହାନ୍ତି ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ।

ଆଜିର ସାମ୍ବାଦିକ ସମ୍ମୀଳନୀରେ ସଂଯୋଜକ ନଳିନୀକାନ୍ତ ମହାନ୍ତିଙ୍କ ସମେତ ସହ ସଂଯୋଜକ ବିଶ୍ୱଭୂଷଣ ଦାସ, ପ୍ରତାପ କୁମାର ପ୍ରଧାନ, ଅମିତା ବିଶ୍ୱାଳ, ମନୋଜ ଦେହୁରୀ, ତୋଫାନ ଷଡ଼ଙ୍ଗୀ ଓ ସୁନିଲ ପ୍ରଧାନ ପ୍ରମୁଖ କମିଟିର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ନୂତନ ଭାବେ ଗଠିତ ହୋଇଥିବା “ଯୁବ ସଂଯୋଗ” କମିଟିର ପ୍ରଥମ ବୈଠକ ଗତକାଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ କମିଟିର ସଂଯୋଜକ ନଳିନୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଯୁବଚେତନା, ଯୁବଜାଗରଣ ଓ ଯୁବାଧିକାର ପାଇଁ ଆଗାମୀ ସପ୍ତାହରେ କମିଟିର ସଭ୍ୟସଭ୍ୟା ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲା ଗସ୍ତକରି ନିଷ୍କ୍ରିୟ ହୋଇଥିବା ବହୁ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking