17.1 C
Bhubaneswar
Saturday, February 14, 2026
Homeଓଡିଶାମହାପ୍ରଭୁଙ୍କ ଆଡ଼ପ ଦର୍ଶନ ଆରମ୍ଭ

ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ଆରମ୍ଭ

ପୁରୀ: ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ଆରମ୍ଭ ହୋଇଛି। ସକାଳ ଆଳତି ପରେ ଏଭଳି ଦର୍ଶନ ଆରମ୍ଭ ହୋଇଛି। ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ, ଆଡ଼ପମଣ୍ଡପରେ ଦିନେ ଦର୍ଶନରେ ସେତିକି ଫଳ ମିଳିଥାଏ। ଆଡ଼ପ ଦର୍ଶନ ସହ ଆଜିଠୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା। ଆଡ଼ପ ଅବଢ଼ା ପାଇ କୃତ୍ୟ କୃତ୍ୟ ହେବେ ଅଗଣିତ ଜଗନ୍ନାଥ ପ୍ରେମୀ।  କୁହାଯାଏ ଏଇ ଆଡ଼ପ ଅବଢ଼ାରୁ କାଣିଚିଏ ପ୍ରାପ୍ତି  ହେଲେ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ। ଆଜିଠୁ ୫ ଦିନ ଯାଏଁ ଆଡ଼ପ ଅବଢ଼ା ମିଳିବ। ଏଥିପାଇଁ ଭକ୍ତଙ୍କ ସୁରକ୍ଷା ନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଆସି ମହାପ୍ରଭୁଙ୍କ ଦର୍ଶନ ଠିକ୍ ଭାବେ ପାଇବେ ଓ ଅବଢ଼ା ଖାଇ ସ୍ୱଗୃହକୁ ଫେରିପାରିବେ ସେଥିନିମନ୍ତେ ବ୍ୟବସ୍ଥା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking