24.1 C
Bhubaneswar
Sunday, January 5, 2025
Homeଓଡିଶାପିଇବାପାଣି ପାଇଁ ଡହଳବିକଳ,ପଞ୍ଚାୟତ ସାମ୍ନାରେ ଧାରଣାରେ ବସିଲେ ଗ୍ରାମବାସୀ

ପିଇବାପାଣି ପାଇଁ ଡହଳବିକଳ,ପଞ୍ଚାୟତ ସାମ୍ନାରେ ଧାରଣାରେ ବସିଲେ ଗ୍ରାମବାସୀ

ମୟୁରଭଞ୍ଜ:ଜଳ ହିଁ ଜୀବନ । ତେବେ ଏହି ଜଳ ପାଇଁ ଆଜି ସୃଷ୍ଟି କରିଛି ବିବାଦୀୟ ପରିସ୍ଥିତି । ତେବେ ସ୍ୱାଧୀନତାର ଦୀର୍ଘବର୍ଷ ପରେ ବି ପିଇବାପାଣି ପାଇଁ ଡହଳବିକଳ ୪୦ରୁ ଉର୍ଦ୍ଧ୍ବ ପରିବାର । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ନୁଆଗାଁ ପଞ୍ଚାୟତ ନୁଆଗାଁ ଗ୍ରାମରେ କ୍ଷ ତେବେ ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ୍ବ ହେବ ପିଇବାପାଣି ନ ପାଇବାରୁ ବାରମ୍ବାର ସରପଞ୍ଚ ଏବଂ ବ୍ଲକ ପ୍ରଶାସନକୁ ଜଣାଇ ଆସୁଥିଲେ ମଧ୍ୟ ଜଳ ସମସ୍ୟାର ସମାଧାନ ପାଇଁ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ।ଶେଷରେ ବାଧ୍ୟ ହୋଇ ଜଳକ୍ଲିଷ୍ଟ ପରିବାର ପକ୍ଷରୁ ଆଜି ପଞ୍ଚାୟତ କାର‌୍ୟ୍ୟାଳୟ ସମ୍ମୁଖରେ ଗାଗରା,ବାଲ୍ଟି ଧରି ଚାରି ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧାରଣା ଦେବା ପରେ ଖବରପାଇ ଯୁବସମାଜ ସେବୀ ଦିଲ୍ଲୀପ ତୁଙ୍ଗ ଧାରଣାସ୍ଥଳରେ ପହଞ୍ଚି ଥିଲେ । ପରେ ଜଡଝଝ ଜେଇ ବିରେନ୍ଦ୍ର ମହାନ୍ତ ଓ ଛଟରାୟ ମୁର୍ମୁ ପହଞ୍ଚି ଧାରଣାରେ ବସିଥିବା ଲୋକଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ନ ହୋଇ ପରେ ପମ୍ପ ଡ୍ରାଇଭର ଉପରେ ଦୋଷ ଲଦିଦେଇ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ଉଭୟ ଅଧିକାରୀ ସଫଳ ହେଇନଥିଲେ। ତେବେ ଅଧିକାରୀଙ୍କ ନିକଟରୁ ଗ୍ରାମବାସୀଙ୍କୁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ଓହରି ଥିଲେ ଗ୍ରାମବାସୀ କ୍ଷ ତେବେ ୨ବର୍ଷ ହେବ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ଵେ କିଭଳି ଭାବରେ ଆର ଡବ୍ଲୁ ଏସ ଏସ ର ଅଧିକାରୀମାନେ ପଦକ୍ଷେପ ନେଉନଥିଲେ ନା ଅଧିକାରୀମାନେ ଜାଣିଶୁଣି ଗ୍ରାମବାସୀଙ୍କୁ ହନ୍ତସନ୍ତ କରାଉଥିଲେ ତାହା ବଡ ପ୍ରଶ୍ନ ହୋଇ ମୁଣ୍ଡ ଟେକିଛି । ଶୁଳିଆପଦା ବ୍ଲକ ପ୍ରଶାସନରେ ଏହା ପ୍ରଥମ ଘଟଣା ନୁହଁ ପାଣି ସମସ୍ୟା ପାଇଁ ବିଭିନ୍ନ ସମୟରେ ଲୋକେ ଆନ୍ଦୋଳନକୁ ଓଲ୍ହାଇ ଥାନ୍ତି ଯାହାକି ଶୁଳିଆପଦା ବ୍ଲକ ଆର ଡବ୍ଲୁ ଏସ ଏସ ବିଭାଗର କାର‌୍ୟ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ପାଣି ସମସ୍ୟାର ସମାଧାନ କେବେ ହେଉଛି ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking