ବ୍ୟୁରୋ : ଗାଁ ଲୋକେ ଗୋଟିଏ ଦଶ ବର୍ଷ ବୟସର ବାଘକୁ ପିଟିପିଟି ହତ୍ୟା କରିଦେଇଛନ୍ତି । ବାଘଟି ଶନିବାର ଦିନ ରାଜସ୍ଥାନର ରଥାମ୍ବର ଜାତୀୟ ଉଦ୍ୟାନ ନିକଟରେ ଥିବା ଉଲିୟାନା ଗାଁର ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଝୁଣି ମାରିଦେଇଥିଲା । ଏହି ଘଟଣା ପରେ ଗାଁ ଲୋକମାନେ ରକ୍ତମୁଖା ବାଘକୁ ଖୋଜିବା ସହ ପଥର ଓ କୁରାଢୀ ଦ୍ୱାରା ଆକ୍ରମଣ କରି ତାକୁ ମାରି ଦେଇଛନ୍ତି । ବାଘଟିକୁ କେବେ ହତ୍ୟା କରାଯାଇଚି ସ୍ପଷ୍ଟ ହୋଇନାହିଁ । ଜଙ୍ଗଲ ବିଭାଗ ଏଯାଏଁ ବାଘର ମୃତ୍ୟୁ ସମ୍ପର୍କରେ କୌଣସି ପ୍ରକାର ବିବୃତ୍ତି ଜାରି କରିନାହିଁ । ବାଘଟି ଗାଁର ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ମାରି ଦେବା ପରେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ କୃାି ମନ୍ତ୍ରୀଙ୍କ ହସ୍ତେକ୍ଷେପ ପରେ ୨୨ ଘଣ୍ଟା ଧରି ଜାରି ରହିଥିବା ବିକ୍ଷୋଭ ପ୍ରତ୍ୟାହୃତ ହୋଇଥିଲା । ଏସବୁ ଭିତରେ ଆଉ କିଛି ଗାଁ ଲୋକେ ବାଘଟିକୁ ଖୋଜିବା ସହ ତାକୁ ଠାବ କରିବା ପରେ ହତ୍ୟା କରିଥିବା ଜଣା ପଡିଛି ।