15.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶ୨୯ ମିଲିଅନରୁ ଅଧିକ ଲୋକ ଦେଖିଥିବା ଭିଡିଓ

୨୯ ମିଲିଅନରୁ ଅଧିକ ଲୋକ ଦେଖିଥିବା ଭିଡିଓ

ବେଙ୍ଗାଲୁରୁ : ବେଙ୍ଗାଲୁରୁ ସହରର ଏକ ଉପାନ୍ତ ଅଞ୍ଚଳରେ ଥିବ।। ଏକ ବହୁ ପୁରୁଣା ଗୁମ୍ଫାରୁ ଜଣେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଛି। ତେବେ ଏହି ବୃଦ୍ଧଙ୍କ ବୟସ ୧୮୮ ବର୍ଷ ହେବ ବୋଲି ସୋସିଆଲ ମିଡିଆରେ କେହିଜଣେ ଲେଖିବା ପରେ ଏହା ବେଶ୍ ଭାଇରାଲ୍ ହେବାରେ ଲାଗିଛି। ବୃଦ୍ଧଙ୍କୁ ଉଦ୍ଧାର କରି ଗୁମ୍ଫାରୁ ବାହାରକୁ ଆଣିବା ବେଳର ଏହି ୨୪ ସେକେଣ୍ଡର ଭିଡିଓକୁ ପ୍ରାୟ ୨୯ ମିଲିଅନ୍ ଲୋକ ଦେଖିସାରିଲେଣି। ତେବେ ବାସ୍ତବରେ ଏହି ବୃଦ୍ଧଙ୍କ ବୟସ ୧୧୦ ବର୍ଷ ହେବ ବୋଲି ଅନେକ ତଥ୍ୟ ଭିତ୍ତିକ ରିପୋର୍ଟ ମଧ୍ୟ ଏବେ ଏବେ ସାମ୍ନାକୁ ଆସୁଛି। ବୃଦ୍ଧଜଣକ ହାତରେ ଏକ ବାଡ଼ି ଧରିଥିବା ବେଳେ ତାଙ୍କୁ ୨ଜଣ ଧରି ନେଉଥିବାର ଭିଡିଓଟିରେ ଦେଖିବାକୁ ମିଳୁଛି। ଦୀର୍ଘବର୍ଷ ଧରି ସାଧନାରତ ଥିବାରୁ ତାଙ୍କ ମେରୁଦଣ୍ଡ ଉପରେ ଚାପ ପଡ଼ିବା ଯୋଗୁ ପିଠିରେ କୁଜ ହୋଇଯାଇଥିବା ବେଳେ ତାଙ୍କ ଦାଢ଼ି ନିଶ ଆଦି ଧଳା ପଡ଼ିଯାଇଛି। ତେବେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଏପ୍ରକାର ଭ୍ରାନ୍ତ ମତମନ୍ତବ୍ୟ ଉପରେ ଏକ୍ସ’ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି। ବାସ୍ତବତା ନଜାଣି ଏପ୍ରକାର ବିଭ୍ରାନ୍ତମୂଳକ ତଥ୍ୟ ଉଲ୍ଲେଖ ନକରିବାକୁ ନିଜ ବ୍ୟବହାରକାରୀଙ୍କୁ ଏକ୍ସ’ ପରାମର୍ଶ ଦେଇଛି।
ଅନ୍ୟପକ୍ଷେ ଏହି ବୃଦ୍ଧଜଣକ ଜଣେ ହିନ୍ଦୁ ସନ୍ଥ ଏବଂ ତାଙ୍କ ନାମ ସିୟାରାମ୍ ବାବା ବୋଲି କୁହାଯାଉଛି। ମଧ୍ୟପ୍ରଦେଶର ଖର୍ଗୋନ୍ ଜିଲ୍ଲାରେ ବସବାସ କରୁଥିବା ଏହି ବାବାଙ୍କ ବୟସନ ଅତିବେଶୀରେ ୧୧୦ ବର୍ଷ ହେବ ବୋଲି କୁହାଯାଉଛି। ତେବେ ବାବାଜଣକ ପ୍ରାୟ ୧୨ରୁ ଅଧିକ ସମୟ ଧରି ମୌନବ୍ରତ ଧାରଣ କରିଛନ୍ତି। ଗତ ଜୁଲାଇ ୨ ତାରିଖରେ ନବଭାରତ ଟାଇମ୍ସ ପକ୍ଷରୁ ଏହି ବାବାଙ୍କ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ତାଙ୍କ ବୟସ ୧୦୯ ବର୍ଷ ବୋଲି ଦର୍ଶାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking