ଯାଜପୁର: ଓଡ଼ିଶାରେ ଦେବା ଦେବୀମାନଂକ ବାସ୍ତବରେ ଅଲୋକିକ ମହିମା ରହିଛି l ଯାଜପୁର ଜିଲ୍ଲାର ବିରଜା କ୍ଷେତ୍ରରେ ଅନେକ ପୌରାଣିକ ଆଖ୍ୟାନ ରହିଛି l ମହାବିଷୁବ ସଂକ୍ରାନ୍ତି ଅବସରରେ ସେଥି ମଧ୍ୟରୁ ସିଙ୍ଗାପୁରର ନାରାୟଣ ଗୋସେଇଙ୍କ ଅଲ୍ଲୋକିକ ଘଟଣା ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସିଂହାପୁର ଠାରେ ଆରମ୍ଭ ହେଲା ଓଡ଼ିଶା ପ୍ରସିଦ୍ଧ ମହାପ୍ରଭୁ ନାରାୟଣ ଗୋସାଇଁଙ୍କ ବିଜୟ ଯାତ୍ରା l ଏହି ଯାତ୍ରା ୩ଦନ ଧରି ଚାଲିବ l ବର୍ଷଯାକ ଜଳଶାୟୀ ନାରାୟଣ ଗୋସାଇଁ ମାତ୍ର ତିନିଦିନ ପାଇଁ ପୁଷ୍କରିଣୀରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି l ହଜାର ହଜାର ଭକ୍ତଙ୍କ ଗହଳିରେ ବିଷୁବ ସଂକ୍ରାନ୍ତିରେ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ସୃଷ୍ଟି ହୋଇଥିଲା ଭକ୍ତିମୟ ଆଧ୍ୟାତ୍ମିକ ପରିବେଶ । ସବୁ ବର୍ଷ ପରି ଚଳିତ ବର୍ଷ ନାରାୟଣ ଗୋସାଇଙ୍କ ଅଲୋକିକ ମହିମା ଏହି ପୀଠରେ ତିନି ଦିନ ଧରି ଶ୍ରଦ୍ଧାଳୁ ମାନଂକ ଭାବ ଭକ୍ତିରେ ନାରାୟଣ ଗୋସାଇଁ ଭକ୍ତ ମାନକୁ ଦର୍ଶନ ଦେବା ପାଇଁ ଜଳରୁ ଅସିଥାନ୍ତି l
ସିଂହାପୁର ଠାରେ ଥିବା ଏହି ପୁଷ୍କରିଣୀ ହେଉଛି ମଧୁତୀର୍ଥ l ଏହି ପୋଖରୀରେ ପ୍ରଭୁ ନାରାୟଣ ଗୋସାଇଁ ୩୬୨ଦିନ ଜଳସାୟୀ ହୋଇ ରହିଥାନ୍ତିl ପ୍ରତିବର୍ଷ ମହାବିଷୁବ ସଂକ୍ରାନ୍ତି ଦିନ ପ୍ରଭୁ ନାରାୟଣ ଗୋସେଇଁଙ୍କୁ ପୁଷ୍କରିଣୀରୁ ଆଣି ମନ୍ଦିରରେ ସ୍ଥାପନା କରାଯାଏ l ଅନ୍ୟପଟରେ ସୁସଜିତ ବିମାନରେ ସ୍ଥାନୀୟ ମଠରୁ ପ୍ରଭୁଙ୍କର ଚଳନ୍ତି ବିଗ୍ରହକୁ ଅଣାଯାଇ ପୂଜାର୍ଚନା ଆରମ୍ଭ ହୋଇଥାଏ l ପରମ୍ପରା ଅନୁସାରେ ଗଡ଼ମଧୁପୁର ରାଣୀ ଆଜି ସକାଳେ ପହଂଚି ମଧୁତୀର୍ଥ ପୁଷ୍କରିଣୀ ନିକଟରେ ନାରାୟଣ ଗୋସେଇଁଙ୍କୁ ପୂଜାର୍ଚନା କରିବା ପରେ ପୁଷ୍କରିଣୀରୁ ମହାପ୍ରଭୁଙ୍କୁ ପାଣିରେ ଚାପ ଖେଳେଇ କୂଳକୁ ଅଣାଯାଏ l ପରେ ପଇଡ଼ ପାଣି, ଲହୁଣୀରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇ ମନ୍ଦିରକୁ ବିଜେ କରାଯାଏ l ଏହି ଦୃସ୍ୟ ଦେଖିବା ପାଇଁ ହଜାର ହଜାର ଭକ୍ତ ସିଙ୍ଗାପୁର ଗ୍ରାମକୁ ଛୁଟି ଆସି ପ୍ରଭୁଙ୍କୁ ଦେଖି ନିଜକୁ କୃତାର୍ଥ ମଣିଥାନ୍ତି । ତେବେ ଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ସହ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ କୁଆଖିଆ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।