26.1 C
Bhubaneswar
Wednesday, February 4, 2026
Homeଓଡିଶାବାତ୍ୟାକୁ ନେଇ ପ୍ରଶାସନର ତତ୍ପରତା

ବାତ୍ୟାକୁ ନେଇ ପ୍ରଶାସନର ତତ୍ପରତା

କୃଷ୍ଣପ୍ରସାଦ: ଉପକୂଳରେ ବାତ୍ୟା ଉଗ୍ରରୂପ ନେବାକୁ ଏକ ପ୍ରକାର ସ୍ଥିର ଚିତ୍ର ପ୍ରକାଶ ପାଇଥିବା ବେଳେ ଲୋକମାନଙ୍କ ମନରେ ଛନ୍‌କା ପଶିଛି। ତେଣେ ପ୍ରଶାସନ ଆଖିରୁ ନିଦ ହଜିଯାଇଛି। ଜିଲ୍ଲା ପ୍ରଶାସନ ଉପକୂଳବର୍ତ୍ତୀ କୃଷ୍ଣପ୍ରସାଦ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଅନୁସନ୍ଧାନ ଆରମ୍ଭ କରିଛନ୍ତି। ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକ ବୁଲି ଦେଖିବା ସହିତ ବିଭିନ୍ନ ବିଦ୍ୟାଳୟ ଯେଉଁଠାରେ ଗ୍ରାମବାସୀ ମାନେ ଆଶ୍ରୟ ନେବେ ତାର ସ୍ଥିତି ପରଖିଥିଲେ।

ଆଶ୍ରୟ ସ୍ଥଳୀ ସମ୍ପାଦକ, କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ସଂଗଠନକୁ ଡ଼ାକି ସଚେତନ କରାଇଛନ୍ତି। ଯେମିତି ବିଦ୍ୟୁତ ଯୋଗାଣ ହୋଇପାରିବ ସେଥିପାଇଁ ବିଭାଗୀୟ କର୍ମଚାରୀଙ୍କୁ ତାଗିଦ କରିବା ସହ ଜେନେରେଟର ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ପରିମଳ ବ୍ୟବସ୍ଥା ସହିତ ଆଶ୍ରୟ ନେବାକୁ ଥିବା ଲୋକମାନଙ୍କ ଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଥିବା ଜଣାପଡିଛି। ମତ୍ସ୍ୟଜୀବୀଙ୍କୁ ଚିଲିକା ଏବଂ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯିବା ସହ ସେମାନଙ୍କ ଜାଲ ଡ଼ଙ୍ଗାକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ କୁହାଯାଇଛି। ସମୁଦ୍ର ଉପକୂଳ ଏବଂ ତଳିଆ ଅଞ୍ଚଳରେ ବସବାସ କରି ରହୁଥିବା ଗ୍ରାମବାସୀମାନଙ୍କୁ ବାତ୍ୟାର ସ୍ଥିତି ଦେଖି ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି। କୃଷ୍ଣପ୍ରସାଦ ବିଡ଼ିଓ ଅମିୟ କୁମାର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ପଞ୍ଚାୟତରେ ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷାକରି ଗର୍ଭବତୀ, ପ୍ରସୂତୀ, ଶିଶୁ, ବୃଦ୍ଧ, ବୃଦ୍ଧା, ପଶୁ ଏବଂ ତଳିଆ ଅଞ୍ଚଳ ତଥା ପାଣି ଘେରରେ ରହୁଥିବା ଘର ମାନଙ୍କୁ ଚିହ୍ନଟ କରିବାକୁ ପରାମର୍ଶ ଦିଆଯାଇଛି।

ଏଥିପାଇଁ ଅଗ୍ନିଶମ ବିଭାଗ, ଓଡ୍ରାଫ, ପୋଲିସ, ଶିକ୍ଷକମାନଙ୍କୁ ସଜାଗ ରହିବା ପାଇଁ କୁହାଯାଇଥିବା ଜଣାଯାଇଛି। ଏଥି ସହିତ ସମସ୍ତ ସରକାରୀ କର୍ମଚାରୀମାନେ କେହି ଛୁଟିରେ ନରହି ହେଡ୍‌କ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ମଙ୍ଗଳବାର ମଧ୍ୟାହ୍ନରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ବେହେରା, ବିଡ଼ିଓ ଅମିୟ କୁମାର ପଣ୍ଡା, ତହସିଲଦାର ଅଭିଷେକ ସାହୁ, କୃଷ୍ଣପ୍ରସାଦ ଥାନା ଆଇଆଇସି ବସନ୍ତ କୁମାର ସାହୁ, ବ୍ଳକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ତୀର୍ଥ ତଥାଗତ ଆଇଚ, ମୁଖ୍ୟ କିରାଣୀ ପୂର୍ଣ୍ଣଚନ୍ଦ୍ର କାଣ୍ଡି କନିଷ୍ଠଯନ୍ତ୍ରୀ କମଳାକାନ୍ତ ବାସ୍କେ, ପଙ୍କଜରାଜ ମିଞ୍ଜ, ଜିତେନ୍ଦ୍ର ଦାସ, ମନୋଜ କୁମାର ସ୍ୱାଇଁ, ସିପି ପ୍ରଭାତ କୁମାର ଜେନା, ନୋଡ଼ାଲ ଏନଜିଓ ସମ୍ପାଦକ ଏନ ସମୀର କୁମାର, ସମ୍ପାଦକ ପ୍ରବୀର କୁମାର ନାୟକ ପ୍ରମୁଖ ଉପକୂଳ ଅଞ୍ଚଳର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ବିଦ୍ୟାଳୟ ପରିଦର୍ଶନ କରିଥିବା ଜଣାପଡ଼ିଛି। ପ୍ରତି ପଞ୍ଚାୟତର ସରପଞ୍ଚ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ବାତ୍ୟା ପରିଚାଳନା ନିମନ୍ତେ ସଜାଗ ଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking