28.1 C
Bhubaneswar
Sunday, March 29, 2026
Homeଅପରାଧଅସୁରକ୍ଷିତ ରାଜଧାନୀ, ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଅସୁରକ୍ଷିତ ରାଜଧାନୀ, ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଅସୁରକ୍ଷିତ ହୋଇ ପଡ଼ିଲାଣି ରାଜଧାନୀ। ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଏପରି ଏକ ଘଟଣା ରାଜଧାନୀର ପଳାସପଲ୍ଲୀ ଅଞ୍ଚଳରେ ଗତ ରାତିରେ ଘଟିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ୩ ଦୁର୍ବୃତ୍ତ ବାଇକ୍‌ରେ ଆସି ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ।

ଆକ୍ରମଣର ଶିକାର ହେଲେ ଶିବପ୍ରସାଦ ଶ୍ରୀଚନ୍ଦନ । ଜଣେ ସମାଜସେବୀ ଭାବେ ବେଶ ଲୋକପ୍ରିୟ ଶିବପ୍ରସାଦଙ୍କୁ କିଏ ଓ କ’ଣ ପାଇଁ ମରଣାନ୍ତକ ଆକ୍ରମଣ କଲା ତାହା ସ୍ପଷ୍ଟ ହୋଇ ପାରିନି। ପୁଲିସ୍‌ ଘଟଣାର ଛାନଭିନ ଆରମ୍ଭ କରିଛି।

ଗତକାଲି ରାତି ପ୍ରାୟ ୧୦ଟା ବେଳେ ଶିବପ୍ରସାଦ ପଳାସପଲ୍ଲୀ ଛକରୁ ସ୍କୁଟି ଯୋଗେ ନବୀନ ନିବାସ ରାସ୍ତାରେ ଯାଉଥିଲେ। ଏହି ସମୟରେ ୨ଟି ବାଇକ୍‌ ତାଙ୍କ ଆଗରେ ଛିଡ଼ା ହୋଇଥିଲା। ଶିବ ବାଧ୍ୟ ହୋଇ ସ୍କୁଟି ଅଟକାଇବାରୁ ହଠାତ୍ ଦୁର୍ବୃତ୍ତମାନେ ଖଣ୍ଡା ବାହାର କରି ତାଙ୍କୁ ହାଣି ପକାଇଥିଲେ। ଫଳରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking