21.1 C
Bhubaneswar
Sunday, January 18, 2026
Homeଓଡିଶାବ୍ରିଟେନ୍ ସଂସଦରେ ଇଚ୍ଛା ମୃତ୍ୟୁ ବିଲ୍ ପାରିତ

ବ୍ରିଟେନ୍ ସଂସଦରେ ଇଚ୍ଛା ମୃତ୍ୟୁ ବିଲ୍ ପାରିତ

ଲଣ୍ଡନ୍‌: ବ୍ରିଟିଶ ସଂସଦର ନିମ୍ନ ଗୃହରେ ଇଛାମୃତ୍ୟୁ ସମ୍ବନ୍ଧୀୟ ଏକ ବିଲ୍ ପାରିତ ହୋଇଛି। ଏବେ ଏହାକୁ ନେଇ ବହୁ ଆଲୋଚନା ହେଉଛି। ଏହି ବିଲ୍ ଅନୁଯାୟୀ, ଯେଉଁମାନେ ଇଛାମୃତ୍ୟୁ ଚାହୁଁଛନ୍ତି ସେମାନେ ବର୍ତ୍ତମାନ ସହଜରେ ନିଜ ପସନ୍ଦରେ ମୃତ୍ୟୁକୁ ଆଲିଙ୍ଗନ କରିପାରିବେ। ଏହି ବିଲ୍ ଅନୁଯାୟୀ ଗୁରୁତର ଅସୁସ୍ଥ ବୃଦ୍ଧବୃଦ୍ଧା ଅବା ଅନ୍ୟ ବ୍ୟକ୍ତିମାନେ ସେମାନଙ୍କ ଜୀବନକୁ ଶେଷ କରିପାରିବେ। ଯେଉଁମାନଙ୍କର ବଞ୍ଚିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଛି କିମ୍ବା କୌଣସି ଦୂରାରୋଗ୍ୟ ରୋଗରେ ଯଦି କେହି ପୀଡ଼ିତ ଥିବେ ତେବେ ସେମାନଙ୍କୁ ଇଚ୍ଛାମୃତ୍ୟୁ ଅନୁମତି ସହଜରେ ମିଳିପାରିବ। ବ୍ରିଟିଶ ସଂସଦରୁ ଏହି ବିଲ୍ ପ୍ରାରମ୍ଭିକ ଅନୁମୋଦନ ଲାଭ କରିଛି, ଯାହା ବର୍ତ୍ତମାନ ଅନୁମୋଦନ ପାଇଁ ଉପର ଗୃହକୁ ଅର୍ଥାତ୍ ‘ହାଉସ୍ ଅଫ୍ ଲର୍ଡସ୍‌’କୁ ସଂଶୋଧନ ଏବଂ ବିଚାର ପାଇଁ ପଠାଯିବ। ଏହି ବିଲ୍‌କୁ ଇଂଲଣ୍ଡ ଏବଂ ୱେଲ୍ସର ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ସ୍ୱାସ୍ଥ୍ୟ ସଚିବ ଯାଞ୍ଚ୍ କରିବେ। ପ୍ରକାଶ, ସଂସଦରେ ବିତର୍କ ପରେ ସଂସଦରେ ଏହି ବିଲ୍ ଉପରେ ଭୋଟ୍ ଗ୍ରହଣ କରାଯାଇଥିଲା ଯେଉଁଥିରେ ୩୩୦ ଭୋଟ୍ ବିଲ୍ ସପକ୍ଷରେ ଦିଆଯାଇଥିବାବେଳେ ଏହା ବିରୋଧରେ ୨୭୫ ଭୋଟ୍ ଦିଆଯାଇଥିଲା। ଏହାପୂର୍ବରୁ ୨୦୧୫ରେ ଏହି ବିଲ୍ ସଂସଦରେ ଅଣାଯାଇଥିଲା, କିନ୍ତୁ ସେତେବେଳେ ତାହା ପାରିତ ହୋଇପାରିନଥିଲା। ସୂଚନାଯୋଗ୍ୟ ଏପ୍ରକାର ଏକ ବିଲ୍‌କୁ ସମର୍ଥନ କରିଥିବା ବ୍ରିଟେନ୍ ସାଂସଦଙ୍କ ମଧ୍ୟରେ ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ସଂସ୍କୃତି ମନ୍ତ୍ରୀ ଲିସା ନନ୍ଦୀ ମଧ୍ୟ ସାମିଲ ଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking