ନୂଆଦିଲ୍ଲୀ: ଋଷ -ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର କୌଣସି ସୂଚନା ମିଳୁନାହିଁ । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଘନେଇବାରେ ଲାଗିଛି । ଏହା ଭିତରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ସୂଚନା ଅନୁସାରେ ୟୁକ୍ରେନ ସେନା ନିଜ ପାଇଁ ନୂଆ ଅସ୍ତ୍ର ଖୋଜି ବାହାର କରିଛି । ଏଣିକି ୟୁକ୍ରେନ୍ ପକ୍ଷରୁ ଲଢିବ ରୋବଟ୍ ସେନା। ୟୁକ୍ରେନ ନ୍ୟାଶନାଲ ଗାର୍ଡ ବ୍ରିଗେଡ ଏହି ରୋବର୍ଟକୁ ଏକ୍ଦପେରିମେଣ୍ଟ କରିବା ପରେ ଯୁଦ୍ଧକୁ ଓହ୍ଲାଇଛି ଖାର୍କିବ ଓବ୍ଲାଷ୍ଟାରେ ମୁତୟନ କରାଯାଇଛି । ଏଠାରେ ଥିବା ରୁଷ ଠିକଣାରେ ଅତିର୍କତ ଆକ୍ରମଣ କରିଛି । ରୋବଟିକ ହ୍ବିଲ ଓ ଡ୍ରୋନର ମିଶ୍ରଣରେ ପ୍ରସ୍ତୁତ ହୋଇଛି ଏହି ରବର୍ଟ ସେନା । ସେପ୍ଟେମ୍ବର ମାସରେ ରୋବଟ ସେନାର ଏକ୍ସପେରିମେଣ୍ଟ କରାଯାଇଥିଲା । ଡିସେମ୍ବରରେ ଏହାକୁ ଯୁଦ୍ଧ ମଇଦାନକୁ ଓହ୍ଲାଇଛି ୟୁକ୍ରେନ । ଏହାକୁ ରିମୋର୍ଟରେ କଣ୍ଟ୍ରୋଲ କରାଯାଉଛି । ଏହା ସ୍ଥଳ ଓ ଆକାଶ ପରେ ବ୍ୟବହାର କରିହେବ । ଏଥିରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଲଗାଯାଇଛି । ଏହା ଖୁବ ଶକ୍ତିଶାଳୀ ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ନିର୍ମିତ । ଏହା କେବଳ ଆକ୍ରମଣ ନୁହେଁ ଉଡାଣ ସର୍ଭିଲାନ୍ସ, ମାଇନ ଲେଇଙ୍ଗ ସର୍ଭିଲାନ୍ସ କରିପାରେ ।