22.1 C
Bhubaneswar
Thursday, February 26, 2026
Homeଓଡିଶାଖୁବ୍‌ଶୀଘ୍ର ଘଟଣାର ସତ୍ୟାସତ୍ୟ ପର୍ଦ୍ଦାଫାଶ ହେବ: ଏସ୍‌ପି

ଖୁବ୍‌ଶୀଘ୍ର ଘଟଣାର ସତ୍ୟାସତ୍ୟ ପର୍ଦ୍ଦାଫାଶ ହେବ: ଏସ୍‌ପି

ପାରାଦୀପ: ପାରାଦୀପରେ ଚାଞ୍ଚଲ୍ୟ ଖେଳାଇଥିବା ତାରିଣିଗଡ଼ା ଛାତରୁ ପଡି ଯୁବତୀଙ୍କ ମୃତ୍ୟୁ ଘଟଣାର ବଡ଼ ଖୁଲାସା କରିଛି ପୁଲିସ। ଦୁଷ୍କର୍ମ ପରେ ଛାତ ଉପରୁ ଠେଲି ହତ୍ୟା କରାଯାଇଥିବା ସନ୍ଦେହ ହୋଇଥିବା ବେଳେ ଏ ନେଇ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ଜଗତସିଂହପୁର ଏସ୍‌ପି ଅଙ୍କିତ କୁମାର ବର୍ମା। ସୋମବାର ତାରିଣିଗଡାର ଖୁଣ୍ଟିଆ ନିବାସରେ ଛାତରୁ ପଡି ଉଲଗ୍ନ ଅବସ୍ଥାରେ ଅଜଣା ମହିଳାଙ୍କ ମୃତଦେହ ପଡ଼ିଥିବା ଘଟଣାକୁ ବେଶ ଗୁରୁତର ସହିତ ତଦନ୍ତ କରି ଅଭିଯୁକ୍ତକୁ ଅଟକ ରଖିବା ସହିତ ଉକ୍ତ ବିଲଡିଂରୁ ମହିଳାଙ୍କ ମୋବାଇଲ୍ ଜବତ କରିବା ପରେ ମୃତ ଯୁବତୀ ତିର୍ତ୍ତୋଲ ଥାନା ଅଞ୍ଚଳର ବୋଲି ପୁଲିସ ସ୍ପଷ୍ଟ କରିବା ପରେ ଆଜି ପରିବାର ଲୋକେ ପାରାଦୀପ ପୋର୍ଟ ମେଡିକାଲ୍‌ରେ ଯୁବତୀଙ୍କ ଶବ ଚିହ୍ନଟ କରିଛନ୍ତି। ରହସ୍ୟମୟ ଭାବରେ ଯୁବତୀ ଜଣକ ଶନିବାର ଦିନ ଶାରଳା ମନ୍ଦିର ଯିବାକହି ଘରୁ ଆସିବା ଏବଂ ନିଖୋଜ ହେବା ଘଟଣାକୁ ନେଇ ପରିବାର ଲୋକେ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ। ତିର୍ତ୍ତୋଲରୁ ପାରାଦୀପ ତାରିଣୀଗଡା ଖୁଣ୍ଟିଆ ନିବାସରେ ମୃତଦେହ ମିଳିବା ଘଟଣାକୁ ପୁଲିସ ଗୁରୁତର ସହିତ ତଦନ୍ତ କରି ଘଟଣାର ଅଡୁଆ ସୁତାର ଖିଅ ବାହାର କରିବାରେ ସଫଳ ହୋଇଛି।

ପରିବାର ଲୋକ ଶବ ଚିହ୍ନଟ କରିବା ପରେ ମେଡିକାଲ୍ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ। ସୋମବାର ଦିନ ଯୁବତୀଙ୍କ ମୃତଦେହ ଜବତ କରିବା ପରେ ସନ୍ଦେହରେ ଏହି ବିଲଡିଂରେ ରହୁଥିବା ଏକ ଘରୋଇ କମ୍ପାନୀର ୭ ଜଣ ଅଣଓଡ଼ିଆ କର୍ମଚାରୀମାନଙ୍କୁ ଥାନାକୁ ଆଣି ପୁଲିସ ଜେରା ପରେ ଧୀରେ ଧୀରେ ଘଟଣାର ସତ୍ୟାସତ୍ୟ ପୁଲିସ ହାତରେ ଲାଗିବା ସହିତ ଅଭିଯୁକ୍ତକୁ ଅଟକ ରଖିଛି ଆଦର୍ଶ ଥାନା ପୁଲିସ। ଏହି ୭ ଜଣଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ସହିତ ତିନିଜଣଙ୍କୁ ପୁଲିସ ଅଟକ ରଖି ତଦନ୍ତ କ୍ରିୟାଶୀଳ କରିଛି। ଏସ୍‌ପିଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ ଜଣକ ଶନିବାର ଦିନ ଶାରଳା ମନ୍ଦିର ଯାଉଛି କହି ଆଉ ଘରକୁ ଫେରି ନ ଥିଲେ। ଯାହାକୁ ନେଇ ପରିବାର ତରଫରୁ ତିର୍ତ୍ତୋଲ ଥାନାରେ ନିଖୋଜ ମାମଲା ରୁଜୁ କରାଯାଇଥିଲା। ତେବେ ପୁଲିସ ତଦନ୍ତ ରିପୋର୍ଟ ଅନୁଯାୟୀ ଯୁବତୀ ଜଣକ ଘରୁ ନିଜର ପୁରୁଷବନ୍ଧୁ ପାଖକୁ ଯାଇଥିଲେ। ପୁରୁଷ ବନ୍ଧୁ ସହିତ ଝଗଡା ହେବା କାରଣରୁ ତିର୍ତ୍ତୋଲ ଠାରୁ ରାହାମା ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ଯୁବକକୁ ଲିଫ୍ଟ ମାଗି ପାରାଦୀପ ଯାଇଥିଲେ। ସୋମବାର ସକାଳୁ ସନ୍ଦେହ ଜନକ ଭାବରେ ଯୁବତୀଙ୍କ ମୃତଦେହ ମିଳିଥିଲା। ଏ ନେଇ ପୁଲିସ ତରଫରୁ ସମସ୍ତ ପ୍ରଚେଷ୍ଟା ଜାରି ରହିଛି। ଆସନ୍ତାକାଲି ଶବ ବ୍ୟବଛେଦ ରିପୋର୍ଟ ସହିତ ଅନ୍ୟାନ୍ୟ ସମସ୍ତ ରିପୋର୍ଟ ହସ୍ତଗତ ହେବାପରେ ଘଟଣାର ସତ୍ୟାସତ୍ୟ ପର୍ଦ୍ଦାଫାଶ କରାଯିବ ବୋଲି କହିଛନ୍ତି ଜଗତସିଂହପୁର ଏସ୍‌ପି ଅଙ୍କିତ କୁମାର ବର୍ମା। ବାହାର ରାଜ୍ୟରୁ ଆସି ଯେଉଁଭଳି ଭାବରେ ତିର୍ତ୍ତୋଲରୁ ଯୁବତୀକୁ ଆଣି ପାରାଦୀପରେ ଦୁଷ୍କର୍ମ କରିବା ସହିତ ହତ୍ୟା କରିଥିବା ଏହି ଅଭିଯୁକ୍ତ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତା ଯୁବତୀର ପରିବାର ଲୋକ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking