27.1 C
Bhubaneswar
Sunday, March 22, 2026
Homeଓଡିଶାଢାବା ମାଲିକଙ୍କ ଉପରେ ଉପରେ ମାଡ଼ିଗଲା ଟ୍ରକ୍

ଢାବା ମାଲିକଙ୍କ ଉପରେ ଉପରେ ମାଡ଼ିଗଲା ଟ୍ରକ୍

ଢେଙ୍କାନାଳ : ଢାବା ମାଲିକଙ୍କ ଉପରେ ଉପରେ ମାଡ଼ିଗଲା ଟ୍ରକ୍। ଢେଙ୍କାନାଳ ଜିଲ୍ଲା ବାଲିଡିଆ ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଶ୍ରୀବତ୍ସ ସାହୁ।

ଗତକାଲି ବିଳମ୍ବିତ ରାତିରେ ଶ୍ରୀବତ୍ସ ରାସ୍ତା ପାର ହୋଇ ଯାଉଥିଲା ବେଳେ ଏକ ଟ୍ରକଟି ତାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକେ କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ କରିଥିଲେ। ପରଜଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ଟ୍ରକ୍ ଡ୍ରାଇଭର ଓ ହେଲପରକୁ ପୁଲିସ ଅଟକ ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking