31.1 C
Bhubaneswar
Wednesday, February 11, 2026
Homeଓଡିଶାସଫେଇ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍

ସଫେଇ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍

ମାଲକାନଗିରି: ମାଲକାନଗିରି ସଦର ମହକୁମାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କର ଟ୍ରକ ଚାପାରେ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି। ଆଜି ସକାଳେ ସ୍ଥାନୀୟ ଟିନା ଗ୍ୟାରେଜ ଛକ ନିକଟରେ ବାସ କରୁଥିବା ପାର୍ବତୀ ପାଣିଗ୍ରାହୀ ନାମକ ମହିଳା ସଫେଇ କାମ କରିବାକୁ ନିଜ ପୁଅ ସହ ବ୍ଲକ କଲୋନୀକୁ ଯାଉଥିଲେ।

ପୁଅ ସାଗର ସାଇକେଲରେ ବସାଇ ମା’କୁ ନେଉଥିଲା। ଡିଏନକେ ଟ୍ରାଫିକ ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ମହିଳା ଉପରେ ଚଢ଼ି ଯାଇଥିଲା । ଟ୍ରକର ଆଗ ଚକ ତଳେ ପଡ଼ି ମହିଳା ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ପୁଅ ସାଗରର ଗୋଡ଼ ଭାଙ୍ଗିବା ସହ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସାଗରକୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ମୃତ ପାର୍ବତୀଙ୍କ ସ୍ୱାମୀ ମଧୁ ପାଣିଗ୍ରାହୀ ଅନ୍ୟ ଜଣେ ମହିଳାଙ୍କ ସହ ଅନ୍ୟତ୍ର ରହୁଛନ୍ତି। ପାର୍ବତୀଙ୍କ ଦେଢ଼ ବର୍ଷର ଛୋଟ ଝିଅଟିଏ ମଧ୍ୟ ଅଛି। ଝିଅକୁ ଘରେ ଛାଡ଼ି ପାର୍ବତୀ କାମକୁ ଯାଉଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking