33.1 C
Bhubaneswar
Monday, March 30, 2026
Homeଓଡିଶା୨ ଜଣଙ୍କ ଉପରେ ଚଢିଗଲା ଟ୍ରକ  

୨ ଜଣଙ୍କ ଉପରେ ଚଢିଗଲା ଟ୍ରକ  

ଅନୁଗୋଳ:  ଡ୍ୟୁଟିକୁ ଯାଉଥିବା ବେଳେ  ଦୁଇ ଜଣଙ୍କ ଉୁପରେ ଚଢିଗଲା ଟ୍ରକ ଫଳରେ ଘଟଣାସ୍ଥଳରେ  ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ଅଛନ୍ତି ।ଅନୁଗୋଳ ଟାଉନ ଥାନାର ପ୍ରଶାନ୍ତି ହୋଟେଲ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବିକ୍ରମ ରାଉତରାୟ। ତାଙ୍କ ଘର ଜଗତସିଂପୁର ଜିଲ୍ଲାରେ। ଆହତ ବ୍ୟକ୍ତି ଜଣଙ୍କ ହେଲେ କରଣ ବିର ଗୋପୀ। ତାଙ୍କୁ ଗୁରୂତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାପରେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ରାସ୍ତାରୋକ ହଟିଥିଲା।  ଦୁର୍ଘଟଣାପରେ ଗାଡ଼ି ନେଇ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।  ବିକ୍ରମ ଓ ବିର ଆଜି ସକାଳେ ଏକ ବାଇକ୍ ଯୋଗେ ଘରୋଇ କମ୍ପାନୀକୁ ଡ୍ୟୁଟିକୁ ଯାଉଥିଲେ। ଏହି ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଦୁଇ ଜଣଙ୍କ ଛିଟିକି ତଳେ ପଡ଼ିଯାଇଥିଲେ। ପରେ ଟ୍ରକ୍‌ଟି ଉଭୟଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ବିକ୍ରମଙ୍କର ମୃତ୍ୟୁ ଘଟିଥିବା ବେଳେ ବିର ଆହତ ହୋଇଥିଲେ। ବିରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking