27.1 C
Bhubaneswar
Wednesday, February 4, 2026
Homeଓଡିଶାଉଡାବାଲିରେ ଉଡିଲା ତ୍ରିରଙ୍ଗା

ଉଡାବାଲିରେ ଉଡିଲା ତ୍ରିରଙ୍ଗା

ଭଦ୍ରକ: ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ରାଷ୍ଟ୍ରୀୟ ଏକତା ଏବଂ ସୁରକ୍ଷାର ପ୍ରତୀକ ଭାବେ ସମୁଦ୍ରର ମଝିରେ ଥିବା ଏହି ଦ୍ୱୀପରେ ଉଡୁଛି ତ୍ରିରଙ୍ଗା । ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଉପକୂଳବର୍ତ୍ତୀ ଇଲାକାକୁ ପ୍ରବେଶ କରି ବସତି ସ୍ଥାପନ କରୁଥିବା ବିଭିନ୍ନ ଅଭିଯୋଗ ହୁଏ । ତେଣୁ ଉପକୂଳ ସୁରକ୍ଷା ପାଇଁ ଓଡିଶା ପୋଲିସର ଏହା ଅଭନବ ପ୍ରୟାସ । ଏହି ଅବସରରେ ସମୁଦ୍ର ତଟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ ଏବଂ ଆଧୁନିକ କରିବା ପାଇଁ ଓଡିଶା ପୋଲିସ ତରଫରୁ ଦୀର୍ଘ ମିଆଦି ଯୋଜନା ଆରମ୍ଭ କରାଯାଇଛି ବୋଲି ଡିଜିପି ସୂଚନା ଦେଇଥିଲେ । ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ସର୍ବ ଭାରତୀୟ ଡିଜିପି ଓ ଆଇଜିପି ସମ୍ମିଳନୀରେ ଉପକୂଳ ସୁରକ୍ଷା ସମ୍ପର୍କରେ ଆଲୋଚନା ବେଳେ ଏଭଳି ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking