ପୁରୀ: ରତ୍ନଭଣ୍ଡାର ମରାମତି କାଯ୍ୟ ତଦାରଖ କଲେ ଗଜପତି ମହାରାଜା । ତଦାରଖ ପରେ ରତ୍ନଭଣ୍ଡାର ସମ୍ପୁଣ୍ଣ ସୁରକ୍ଷିତ ଥିବା କହିଲେ ଗଜପତି । ନୀଳାଦ୍ରୀ ବିଜେ ସୁଦ୍ଧା ମରାମତି ସମ୍ପୁଣ୍ଣ ହୋଇଯିବ କହିଲେ । ରତ୍ନଭଣ୍ଡାର ସମ୍ପୁଣ୍ଣ ସୁରକ୍ଷିତ , ଅତି ସୁନ୍ଦର ଦିଶୁଛି । ମନ୍ଦିର ନିର୍ମାଣ ଶୈଳିରେ ସମସ୍ତ ମରାମତି କାମ ହୋଇଛି । ପ୍ରାୟ ୬ ଶହ ପଥର କଢା ଯାଇ ନୂଆ ପଥର ଲାଗିଛି । ମହାପ୍ରଭୁ ରତ୍ନ ସିଂହାସନକୁ ଆସିଲା ପରେ ଗଣତି ମଣତି ହେବ । ଗଣତି ମଣତି ରାଜ୍ୟ ସରକାରଙ୍କ ପରାମର୍ଶରେ ଅତିଶୀଘ୍ର ହେବ ।