21.1 C
Bhubaneswar
Monday, February 2, 2026
Homeଓଡିଶାରାଜ୍ୟରେ ସରକାରୀ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ ଯାତାୟତର ବ୍ୟବସ୍ଥାକୁ ସଂପୂର୍ଣ ମାଗଣା କରାଯାଉ ଏବଂ ବେସରକାରୀ କ୍ଷେତ୍ରରେ...

ରାଜ୍ୟରେ ସରକାରୀ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ ଯାତାୟତର ବ୍ୟବସ୍ଥାକୁ ସଂପୂର୍ଣ ମାଗଣା କରାଯାଉ ଏବଂ ବେସରକାରୀ କ୍ଷେତ୍ରରେ ୫୦ ପ୍ରତିଶତ ଛାଡ଼ କରାଯାଉ

ଭୁବନେଶ୍ୱର: ଯାତାୟତ ପରିବ‌ହନ ବ୍ୟବସ୍ଥା ମାନବ ସମାଜ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା ଅଟେ । କିନ୍ତୁ ଏହା ଛାତ୍ର ସମାଜକୁ ଅତ୍ୟନ୍ତ ପ୍ରଭାବିତ କରିଛି। ଗରିବ ଏବଂ ମଧ୍ୟବିତ ଛାତ୍ରଛାତ୍ରୀ ମାନଙ୍କୁ ଏ ବ୍ୟବସ୍ଥାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଢୁଛି । ଜଣେ ଛାତ୍ର କିମ୍ବା ଜଣେ ଛାତ୍ରୀ ବସ କିମ୍ବା ରେଳ ମାଧ୍ଯମରେ ଗୋଟିଏ ପରୀକ୍ଷା ଦେବାପାଇଁ ଦୂରଦୂରନ୍ତକୁ ଯିବାକୁ ହେଲେ ତାକୁ ଅଧୂକ ଟଙ୍କା ଖର୍ଚ କରିବାକୁ ପଡ଼ୁଛି । କେବଳ ସେତିକି ନୁହେଁ । ନିଜ ଅଞ୍ଚଳରୁ ସହରାଞ୍ଚଳକୁ ଗୋଟିଏ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବା ନିମନ୍ତେ ଆସିବାପାଇଁ ଜଣେ ଛାତ୍ର କିମ୍ବା ଛାତ୍ରୀଙ୍କୁ ବସଭଡ଼ା ଏବଂ ରେଳଭଡ଼ା ଦେଇ ଆସିବାକୁ ପଡ଼ିଥାଏ । ଜଣେ ମଧ୍ୟମ ଏବଂ ଗରୀବ ଶ୍ରେଣୀର ଛାତ୍ର ଓ ଛାତ୍ରୀଙ୍କୁ ଏହି ନିତିଦିନିଆ ଭଡ଼ା ଦେଇ ଯିବା ଆସିବା କରିବା ସମ୍ଭବପର ନୁହେଁ । ଆଳିର ଛାତ୍ର ସମାଜ ଆସନ୍ତା କାଲିର ଦେଶ ଏବଂ ରାଜ୍ୟର ଭବିଷ୍ୟତ ।

ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ଉଚିତ । ଏହି କ୍ଷେତ୍ରରେ ଛାତ୍ର କଂଗ୍ରେସର ଦାବି ହେଉଛି ରାଜ୍ୟରେ ସରକାରୀ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଯାତାୟତ ବ୍ୟବସ୍ଥାକୁ ସଂପୂଣ୍ଣ ମାଗଣା କରାଯାଉ ଏବଂ ବେସରକାରୀ କ୍ଷେତ୍ରରେ ୫୦ ପ୍ରତିଶତ ଛାଡ଼ କରାଯାଉ । ଆସନ୍ତା ଜୁନ ମାସ ୧୦ ତାରିଖ ସୁଦ୍ଧା ରାଜ୍ୟରେ ଏହି ନୀୟମ ଲାଗୁ କରାନଗଲେ ଛାତ୍ର କଂଗ୍ରେସ ରାଜ୍ୟର କୋଣ ଅନୁକୋଣରେ ଏହି ଦାବିକୁ ନେଇ ରାଜ୍ୟ ସରକାର ବିରୁଦ୍ଧରେ ବିକ୍ଷୋଭ କରିବ ବୋଲି ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ନାରାୟଣ ପ୍ରଧାନ ଆଜି କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ପୂର୍ବତନ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ, ପ୍ରଦେଶ କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀ ମନୋଜ ବିଶ୍ବାଳ, ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀ ନିହାର ରଞ୍ଜନ ବେହେରା ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ନିଜର ମତ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking