24.1 C
Bhubaneswar
Monday, March 23, 2026
Homeଦେଶ ବିଦେଶଦୁଇଭାଗ ହେଲା ​‌ଟ୍ରେନ୍‌

ଦୁଇଭାଗ ହେଲା ​‌ଟ୍ରେନ୍‌

ପାଟନା : ଇଞ୍ଜିନରୁ ଅଲଗା ହେଲା ବଗି। ବିହାରର ବକ୍ସର ଜିଲାରେ ରବିବାର ଘଟିଛି ଏକ ଟ୍ରେନ୍ ଦୁର୍ଘଟଣା। ଦିଲ୍ଲୀରୁ ଆସୁଥିବା ମଗଧ ଏକ୍ସପ୍ରେସ ଟ୍ରେନ ଟୁନିଗଞ୍ଜ ରେଳ ଷ୍ଟେସନରେ ହଠାତ୍ ଦୁଇ ଭାଗ ହୋଇଯାଇଥିଲା। ଚଳନ୍ତା ଟ୍ରେନ୍ ଦୁଇ ଭାଗ ହୋଇଯିବା ପରେ ଯାତ୍ରୀମାନେ ଆତଙ୍କିତ ହୋଇଯାଇଥିଲେ। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ଲୋକୋ ପାଇଲଟ ତୁରନ୍ତ ଟ୍ରେନକୁ ଅଟକାଇଥିଲେ। ଖବର ପାଇ ରେଲଓ୍ବେ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି। ବର୍ତ୍ତମାନସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ। ରବିବାର ଦିନ ପ୍ରାୟ ୧୧ଟା ୧୫ ସମୟରେ ଇଞ୍ଜିନରୁ ୧୩ ଓ ୧୪ ନମ୍ବର ବଗି ମଧ୍ୟରେ ଯୋଡ଼େଇ ଛାଡ଼ିଯିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ୨୦୮୦୨ ଡାଉନ ମଗଧ ଏକ୍ସପ୍ରେସ୍‌ ନୂଆଦିଲ୍ଲୀରୁ ପାଟନା ଯାଉଥିଲା। ଡୁମରାଓ ରେଳ ଷ୍ଟେସନ ଛାଡ଼ି ଟୁନିଗଞ୍ଜ ରେଳ ଷ୍ଟେସନରେ ପହଞ୍ଚିବା ମାତ୍ରେ ହଠାତ୍ ଟ୍ରେନ ବଗି ଅଲଗା ହୋଇଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking