19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଓଲଟି ପଡିଲା ଟଏ ଟ୍ରେନ : ଚାଲିଗଲା ଶିଶୁର ଜୀବନ

ଓଲଟି ପଡିଲା ଟଏ ଟ୍ରେନ : ଚାଲିଗଲା ଶିଶୁର ଜୀବନ

ନୂଆଦିଲ୍ଲୀ : ପଞ୍ଜାବର ରାଜଧାନୀ ଚଣ୍ଡୀଗଡ଼ରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୧୧ବର୍ଷର ଶିଶୁର ମୃତ୍ୟୁ ହୋଇଛି। ସୂଚନା ଯୋଗ୍ୟ ଯେ, ଟ୍ରେନଟି ମଲ ସାରା ବୁଲୁଥିବା ବେଳେ ହଠାତ ଏକ ମୋଡାଣିରେ ଓଲଟି ପଡ଼ିଥିଲା। ଯେଉଁ କାରଣରୁ ଉକ୍ତ ଶିଶୁର ଗଳାରେ ଆଘାତ ଲାଗିବାରୁ ସେ ଅଚେତ ହୋଇପଡ଼ିଥିଲା। ପରିବାରଲୋକ ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିଲେ ହେଁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ‌ନେଇ ଏଲାନ୍ତେ ମଲ ପରିଚାଳକ ପ୍ରତିକ୍ରିୟା ଦେଇ କହିଛନ୍ତି, ‘୨୦୨୪ ଜୁନ ୨୨ ତାରିଖରେ ହୋଇଥିବା ଏହି ଦୁଃଖଦ ଘଟଣା ବିଷୟରେ ଆମକୁ ଖବର ମିଳିଛି। ଏହି ଦୁର୍ଘଟଣା ଘଟିବା ପରେ ଆମର ଜରୁରୀକାଳିନ ‌ସେବା ପ୍ରଦାନକାରୀ ସଂସ୍ଥା ସଙ୍ଗେସଙ୍ଗେ ଶିଶୁକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଦୁଃଖର ବିଷୟ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମ୍ପର୍କରେ ଆମେ ତୁରନ୍ତ ପୁଲିସକୁ ଜଣାଇଥିଲୁ। ପୁଲିସ ଯାଞ୍ଚ ଆରମ୍ଭ ‌କରି ଦେଇଛି। ଆମ ପୁଲିସର ଯାଞ୍ଚରେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବୁ। ମଲ ବିରୋଧରେ ଫେଜ ୧ ପୁଲିସ ଷ୍ଟେସନରେ ଧାରା ୩୦୪ ଜରିଆରେ ମାମଲା ରୁଜୁ କରାଯାଇଥିବା ଚଣ୍ଡୀଗଡ଼ ପୁଲିସ ସୂତ୍ରରୁ ପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking