27.1 C
Bhubaneswar
Thursday, May 8, 2025
Homeଦେଶ ବିଦେଶଉଠିଯିବ ଟୋଲ୍‌ ଗେଟ୍‌ !

ଉଠିଯିବ ଟୋଲ୍‌ ଗେଟ୍‌ !

ନୂଆଦିଲ୍ଲୀ: ଏଣିକି ରାଜପଥରେ ଫାସ୍‌ଟ୍ୟାଗ୍‌ରେ ଟୋଲ୍‌ ଟ୍ୟାକ୍ସ ଭରିବାକୁ ଲାଇନ୍ ଲଗାଇବାକୁ ପଡ଼ିବନି । ରାଜପଥରେ ଭିଡ଼ କମ କରିବାକୁ ଫାସ୍‌ଟ୍ୟାଗ୍‌ ସିଷ୍ଟମ୍‌ ଆଣିଥିଲେ ସରକାର । ଏହା ସଫଳ ସାବ୍ୟସ୍ତ ହୋଇଥିବା ବେଳେ ରାଜପଥ ଯାତ୍ରାକୁ ଆହୁରି ସୁଗମ ଓ ସୁବିଧା କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । କାରଣ ଖୁବଶୀଘ୍ର ଆରମ୍ଭ ହୋଇପାରେ ଦେଶରେ ଆରମ୍ଭ ହୋଇପାରେ ଗ୍ଲୋବାଲ ନେଭିଗେସନ ସାଟେଲାଇଟ୍‌ ସିଷ୍ଟମ୍‌ । ତେବେ ଫାସ୍‌ଟ୍ୟାଗ୍‌ ବଦଳରେ ଟୋଲ୍‌ ସଂଗ୍ରହ ପାଇଁ ଆରମ୍ଭ ହେବାକୁ ଥିବା ଏହି ନୂଆ ନିୟମ କଣ ତାହା ଆଜି ଆମେ ଆପଣଙ୍କୁ କହିବୁ ।

ଏପ୍ରିଲ ମାସ ପହିଲାରୁ ଏହି ଜିଏନ୍‌ଏସ୍‌ ସିଷ୍ଟମ୍‌ ଆରମ୍ଭ ହେବାକୁ ଥିଲା । ତେବେ କୌଣସି କାରଣବସତଃ ଏଥିରେ ବିଳମ୍ବ ଘଟିଛି । ଏଣୁ ଜୁନ୍‌ ସୁଦ୍ଧା ଏହି ନୂଆ ସିଷ୍ଟମ୍ ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି । ପ୍ରଥମେ ୨ ହଜାର କିମି ରାସ୍ତାରେ ଏହାକୁ ଲାଗୁ କରାଯିବ । ଏଥିପାଇଁ ଦେଶର ପ୍ରମୁଖ ୪ଟି ରାଜପଥରେ ଏହାର ଟ୍ରାଏଲ କରାଯାଇଥିବା ବେଳେ ଟୋଲ୍‌ ଟ୍ୟାକ୍ସ୍ ସଂଗ୍ରହ ପାଇଁ ନିୟମରେ ପରିବର୍ତ୍ତନ ହେବ । ଏଥର ରାଜପଥରେ ୨୦ କିମି ପର୍ଯ୍ୟନ୍ତ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ । ଏହାର ଅର୍ଥ ରାଜପଥରେ ୨୦ କିମି ପର୍ଯ୍ୟନ୍ତ ମାଗଣାରେ ଯାତ୍ରା କରିବେ ଗାଡ଼ି ଚାଳକ । ଏହାଠାରୁ ଅଧିକ ଯାତ୍ରା କଲେ ଟୋଲ୍‌ ଟ୍ୟାକ୍ସ ଦେବାକୁ ପଡ଼ିବ । ତେବେ ଏଥିପାଇଁ କୌଣସି ଟୋଲ୍‌ ପ୍ଲାଜାରେ ଅଟକିବାକୁ ପଡ଼ିବ ନାହିଁ ।

ଜାତୀୟ ମିଡିଆ ରିପୋର୍ଟ ମୁତାବକ ଯଦି କୌଣସି ବ୍ୟକ୍ତି ରାଜପଥ, ଏକ୍ସପ୍ରେସ୍‌ ୱେ ‘, ଟନେଲ୍‌ କିମ୍ବା ବ୍ରିଜ୍‌ ଉପରେ ଯାତ୍ରା କରୁଛନ୍ତି, ତେବେ ସେମାନଙ୍କୁ ଟୋଲ୍‌ ଟ୍ୟାକ୍ସ ଦେବାକୁ ହେବ । ୨୦ କିମି ପର୍ଯ୍ୟନ୍ତ ମାଗଣାରେ ଯାତ୍ରା କରିପାରିବେ ଲୋକେ । କିନ୍ତୁ ୨୦ କିମିରୁ ଅଧିକ ଦୂରତା ଅତିକ୍ରମ କଲେ ଟୋଲ୍ ଟ୍ୟାକ୍ସ ଦେବାକୁ ପଡ଼ିବ । ପୁରୁଣା ଟୋଲ୍‌ ସଂଗ୍ରହ ତରିକା ଓ ଫାସ୍‌ଟ୍ୟାଗ୍‌ ସିଷ୍ଟମ୍‌ ବଦଳରେ ଲାଗୁହେବ ଜିଏନଏସଏସ ଟୋଲିଂ ସିଷ୍ଟମ୍ । ଏଥିପାଇଁ ରାଜପଥ ଉପରେ ଅଲଗା ଅଲଗା ଲେନ୍‌ ନିର୍ମାଣ କରାଯାଉଛି । ଏହି ସ୍ପେଶାଲ ଲେନ୍‌ରେ କେବଳ ଟୋଲ୍‌ ଦେଉଥିବା ଗାଡ଼ି ହିଁ ଯାଆଆସ କରିବ ।

ଏଣୁ ଗାଡ଼ିରେ ଜିପିଏସ୍‌ ସିଷ୍ଟମ୍‌ ଲଗାଇବାକୁ ହେବ । ବିନା ଜିପିଏସ୍‌ ସିଷ୍ଟମ୍‌ ଥିବା ଗାଡ଼ିଚାଳକଙ୍କଠାରୁ ଦୁଇଗୁଣା ଟୋଲ୍‌ ଟ୍ୟାକ୍ସ କଲେକ୍ସନ କରାଯିବ । ସରକାରଙ୍କ ଏହି ନୂଆ ଟେକ୍ନୋଲୋଜି ଜିପିଏସ୍‌ ଆଧାରିତ । ଗାଡ଼ିର ଯାଆଆସ ଟ୍ରାକ୍‌ କରିବାକୁ ଅନ୍‌ ବୋର୍ଡ ୟୁନିଟ୍‌ର ବ୍ୟବହାର କରାଯିବ । ପ୍ରାଥମିକ ପର୍ଯ୍ୟାୟରେ କେବଳ କମର୍ସିଆଲ୍‌ ଗାଡ଼ିଗୁଡ଼ିକ ଉପରେ ଏହି ନୂଆ ନିୟମ ଲାଗୁ ହେବ । ପରବର୍ତ୍ତୀ ସମୟରେ ଏହାକୁ ବ୍ୟକ୍ତିଗତ ଗାଡ଼ି ବା ପର୍ସନାଲ୍‌ ଭିକେଲ୍‌ ଉପରେ ବି ଲାଗୁ କରାଯିବ । ଟୋଲ୍‌ କଟିବା ପରେ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଗାଡ଼ି ମାଲିକଙ୍କୁ ସୂଚନା ଦିଆଯିବ । ଏହାଫଳରେ ଟୋଲ୍‌ ଗେଟ୍‌ରେ ଭିଡ଼ ଲଗାଇବାକୁ ପଡ଼ିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking