ଭୁବନେଶ୍ୱର: ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଡକାୟତି ଘଟଣାରେ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ଯାହା ହେଲା ତାହା ଦୁର୍ଭାଗ୍ୟଜନକ । ଘରେ କିଏ ନଥିଲା ବେଳେ ଘରର ପଛପଟେ କେହି ଜଣେ ପଶି ଚୋରି କରିଛି । ଆକଳନ କରାଯାଉଛି କେତେ ଚୋରି ହୋଇଛି । ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି । ତଦନ୍ତ ଆରମ୍ଭ ହୋଇସାରିଛି, ଫିଙ୍ଗରପ୍ରିଣ୍ଟ ନିଆଯାଇଛି । ଡଗ ସ୍କ୍ୱାର୍ଡ ଏବଂ ସାଇଣ୍ଟିଫିକ ଟିମ ଆସି ତନାଘନା କରିଛି । ଖୁବଶୀଘ୍ର ଜଣାପଡିବ ଚୋର କିଏ ।










