30.1 C
Bhubaneswar
Tuesday, October 1, 2024
Homeଅପରାଧଛୁରୀ ଦେଖାଇ ମହିଳାଙ୍କୁ ଗଣଦୁଷ୍କର୍ମ କଲେ ଚୋର!

ଛୁରୀ ଦେଖାଇ ମହିଳାଙ୍କୁ ଗଣଦୁଷ୍କର୍ମ କଲେ ଚୋର!

ଭୁବନେଶ୍ୱର : ସମ୍ପତ୍ତି ଲୁଟିବାକୁ ଆସି ମହିଳାଙ୍କ ଇଜ୍ଜତ ଲୁଟ୍ । ଏକୁଟିଆ ପାଇ ଚୋର କଲେ ଦୁଷ୍କର୍ମ! ଏହା ଏମିତି ଏକ ଘଟଣା ଯାହା ଚୋର ମନରେ ପୋଲିସର ଭୟ ଆଦୌ ନଥିବାଭଳି ମନେ ହେଉଛି । ରାଜଧାନୀ ଭୁବନେଶ୍ୱରରେ ସବୁଠି ସୁରକ୍ଷିତ କୁହାଯାଉଥିବା ଆପାର୍ଟମେଣ୍ଟରେ ଚୋରି କରିବାକୁ ଆସି ମହିଳାଙ୍କ ସହ ଦୁଷ୍କର୍ମ କରିଛନ୍ତି ଦୁଇ ଚୋର । ଭୁବନେଶ୍ୱରର ଏକ ବ୍ୟସ୍ତବହୁଳ ଅଞ୍ଚଳରେ ଥିବା ଆପାର୍ଟମେଣ୍ଟ । ଏହି ଆପାର୍ଟମେଣ୍ଟରେ ଚୋରି କରିବାକୁ ପଶିଥିଲେ ଦୁଇ ଚୋର ।

ରବିବାର ରାତି ପ୍ରାୟ ୨ଟା, ସାରା ସହର ଶୁନଶାନ୍ । ପ୍ରଥମ ମହଲାରେ ଥିବା ଗୋଟିଏ ଘରକୁ ଟାର୍ଗେଟ କରିଥିଲେ ଦୁଇ ଚୋର । ବାଲକୋନି କବାଟ ଖୋଲାଥିବାରୁ ଅତି ସହଜରେ ଘର ଭିତରକୁ ପଶିଗଲେ । ଘରେ ଥିବା ଆଲମାରୀରେ ଖୋଜାଖୋଜି କରିଥିଲେ । ଆଉ ଏତିକିବେଳେ ଘରେ ଥିଲେ ଜଣେ ବିବାହିତ ମହିଳା ଓ ତାଙ୍କର ୨ ବର୍ଷର କୁନି ଝିଅ । ମହିଳା ଜଣଙ୍କ ଉଠିଥିବାରୁ ଚୋରଙ୍କ ସହ ହେଲା ମୁହାଁମୁହିଁ । ହାତରେ ଛୁରୀ ଧରିଥିବା ଚୋର ମହିଳାଙ୍କୁ ଧମକାଇବା ଆରମ୍ଭ କଲେ । ଘରେ ରଖିଥିବା ସବୁ ସୁନା ଦେଇଦେବାକୁ ବାଧ୍ୟ କଲେ । ଚିତ୍କାର କଲେ ଜୀବନରୁ ମାରିଦେବାକୁ ଧମକ ଦେଲେ । ଘର ଯାକ ଖୋଜିଲେ, କିନ୍ତୁ କୌଣସି ଦାମୀ ଜିନିଷ ପାଇଲେ ନାହିଁ ।

ମହିଳା ଜଣକ ସୁନାର କାନ ଫୁଲ ପିନ୍ଧିଥିବାରୁ କାନ ଫୁଲ ଦେବାକୁ କହିଥିଲେ । କିନ୍ତୁ ଏତିକିରେ ସେମାନଙ୍କ ମନ ବୁଝିନଥିଲା । ଅନ୍ୟ ଉପାୟ ନପାଇ ମହିଳା ଜଣକ ଝିଅ ହାତରେ ମୋବାଇଲଟିଏ ଧରାଇ ଦେଇଥିଲେ । ଆଉ ତାପରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ଚୋର । ହାତରେ ଛୁରି ଧରିଥିବାରୁ, ପ୍ରତିବାଦ କଲେ କାଳେ ଝିଅକୁ ମାରିଦେବେ, ଏହି ଭୟରେ ଚୁପ ରହିଥିଲେ ମହିଳା । ତେବେ ଥରେ ଭାବନ୍ତୁ କିଭଳି ଥିବ ସେହି ମହିଳାଙ୍କ ଅବସ୍ଥା । ଶେଷରେ ଝିଅର ଜୀବନ ବଞ୍ଚାଇବାକୁ ଯାଇ ଚୋରଙ୍କ ନିକଟରେ ଆତ୍ମସମର୍ପଣ କରିବା ଛଡା ଅନ୍ୟ ଉପାୟ ନଥିଲା ତାଙ୍କର । ଆଉ ଜଣ ପରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ ଦୁଇ ଚୋର । ଏଭଳି ସମ୍ବେଦନଶୀଳ ଘଟଣା କମିଶନରେଟ୍ ପୋଲିସ ଆଗରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking