19.1 C
Bhubaneswar
Monday, December 8, 2025
Homeଓଡିଶାଥମୁନି ଲୁଟେରାଙ୍କ ଆତଙ୍କ

ଥମୁନି ଲୁଟେରାଙ୍କ ଆତଙ୍କ

ଭୁବନେଶ୍ୱର: ରାଜଧାନୀରେ ଥମୁନି ଲୁଟେରାଙ୍କ ଆତଙ୍କ । ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ସାଙ୍ଗକୁ ଇଲେକ୍ଟ୍ରିକାଲ ସାମଗ୍ରୀ ଓ ଟଙ୍କା ଲୁଟ୍‌ କରିଛନ୍ତି । ଭୁବନେଶ୍ୱର କେଶୁରା ସ୍ଥିତ ଆଶୁତୋଷ ନଗରରେ ଗତ ବିଳମ୍ବିତ ରାତିରେ ଏହି ଚୋରି ହୋଇଛି । ସୂଚନା ମୁତାବକ, ସର୍ବେଶ୍ୱର ସାହୁଙ୍କ ଘରେ କେହି ନଥିବାର ସୁଯୋଗ ନେଇ କିଛି ଲୁଟେରା ଶାବଳରେ ଗ୍ରୀଲ ତାଲା ଭାଙ୍ଗି ପଶିଥିଲେ । ଚାରୋଟି ତାଲା ଭାଙ୍ଗି, ଠାକୁର ଘର ସମେତ ବେଡ୍ ରୁମରୁ ଟଙ୍କା ପଇସା ଲୁଟି ନେଇଛନ୍ତି ଏହି ଲୁଟେରା । ଏମିତିକି କିଛି ଇଲେକ୍ଟ୍ରିକାଲ ସାମଗ୍ରୀ ସାଙ୍ଗକୁ ତଳ ଘରେ ଥିବା ଏକ ଟ୍ରଙ୍କ ମଧ୍ୟ ସାଙ୍ଗରେ ନେଇ ଯାଇଥିଲେ । ଯେଉଁଥିରେ କିଛି ସୁନା ଓ ରୂପା ଗହଣା ଥିଲା ବୋଲି ଘର ମାଲିକ କହିଛନ୍ତି । ଟ୍ରଙ୍କଟି ଆଜି ସକାଳୁ ବିଲ ଭିତରୁ ଭଙ୍ଗାରୁଜା ଅବସ୍ଥାରେ ମିଳିଥିଲା । ରାତି ପ୍ରାୟ ୧୧ଟାରେ ସର୍ବେଶ୍ୱର ନିଜେ ଘରକୁ ଫେରିବା ବେଳକୁ ଘରର ଗ୍ରୀଲ ଭଙ୍ଗା ଥିବା ଦେଖିବାକୁ ପାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking