23.1 C
Bhubaneswar
Monday, February 9, 2026
Homeଓଡିଶାରାଜଧାନୀରେ ବଢୁଛି ବୁଲା କୁକୁରଙ୍କ ଆତଙ୍କ

ରାଜଧାନୀରେ ବଢୁଛି ବୁଲା କୁକୁରଙ୍କ ଆତଙ୍କ

ଭୁବନେଶ୍ୱର: ରାଜଧାନୀରେ ବଢୁଛି ବୁଲା କୁକୁରଙ୍କ ଆତଙ୍କ । ଗୋଟିଏ ଦିନରେ ପାଖାପାଖି ୫୦ ରୁ ୬୦ ଜଣ କୁକୁର କାମୁଡାରେ ଆକ୍ରାନ୍ତ ରୋଗୀ କ୍ୟାପିଟାଲ ହସ୍‌ପିଟାଲ ଯାଉଛନ୍ତି । ବିଶେଷକରି ଶୀତ ଦିନରେ ଅଧିକ କୁକୁର କାମୁଡା ରୋଗୀ ହସ୍ପିଟାଲ ଆସୁଛନ୍ତି । ଏନେଇ କ୍ୟାପିଟାଲ ହସ୍ପିଟାଲ ଉପଅଧିକ୍ଷକ କହିଛନ୍ତି,” ଲୋକଙ୍କୁ ବୁଲା କୁକୁର ଭୟ ଘାରିଛି । ପିଲାଠୁ ନେଇ ବୟସ୍କ, ରାସ୍ତାରେ ଯା’ ଆସ କଲାବେଳେ କୁକୁର କାମୁଡ଼ା ଓ ଆକ୍ରମଣର ଶିକାର ହେଉଛନ୍ତି । ପୁରୁଣା ଭୁବନେଶ୍ୱର, ମଞ୍ଚେଶ୍ୱରଠୁ ଆରମ୍ଭ କରି ପଟିଆ ଆଦି ପ୍ରାୟ ସବୁ ଅଞ୍ଚଳରେ ଲୋକେ ବୁଲା କୁକୁରଙ୍କୁ ନେଇ ଅତିଷ୍ଠ ହେଉଛନ୍ତି। କେବଳ ଭୁବନେଶ୍ୱର ନୁହେଁ ଏପରିକି ନୟାଗଡ ଖୋର୍ଦ୍ଧା ଜିଲ୍ଲାମାନଙ୍କରେ ମଧ୍ୟ କୁକୁର କାମୁଡା ରୋଗୀ କ୍ୟାପିଟାଲ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି ।” କ୍ୟାପିଟାଲ ହସ୍ପିଟାଲକୁ ଦିନକୁ ପ୍ରାୟ ୫୦ ରୁ ୬୦ ଜଣ ରୋଗୀ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଛନ୍ତି । ଯାହାକୁ ନେଇ ହସ୍ପିଟାଲ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ରୋଗୀଙ୍କୁ କିଭଳି ଭାବରେ ଭଲ ଭାବରେ ଚିକିତ୍ସା ଯୋଗାଇ ଦିଆଯିବ ସେନେଇ ପ୍ରସ୍ତୁତ ରହିଛି ହସ୍ପିଟାଲ ବୋଲି କହିଛନ୍ତି ଧନଞ୍ଜୟ ଦାସ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଉଥିବା ପରାମର୍ଶ ଅନୁଯାୟୀ, ପାଗଳ କୁକୁର ବା ଜଳାନ୍ତକ ରୋଗ ହୋଇଥିବା କୁକୁର ମନୁଷ୍ୟକୁ କାମୁଡିବା ଦ୍ୱାରା ବିଭିନ୍ନ ରୋଗ ହୋଇଥାଏ । କୁକୁର କାମୁଡିଲେ ତାକୁ ନମାରି, ବାନ୍ଧିରଖିବା ଆବଶ୍ୟକ । କୁକୁରଟିର ଗତିବିଧି ଓ ସ୍ୱାସ୍ଥ୍ୟ ଅବସ୍ଥା ପ୍ରତି ଲକ୍ଷ୍ୟ ରଖିବା ଆବଶ୍ୟକ । କୁକୁରକୁ ଜଳାନ୍ତକ ରୋଗ ହୋଇଥିଲେ ୧୦ ଦିନ ମଧ୍ୟରେ ତାର ମୃତ୍ୟୁ ହୋଇଥାଏ । ଏହି ରୋଗର କୌଣସି ଚିକିତ୍ସା ହୋଇପାରେ ନାହିଁ । କେବଳ ଜଳାନ୍ତକ ପ୍ରତିଷେଧକ ଟିକା ଦ୍ୱାରା ଏହାକୁ ପ୍ରତିରୋଧ କରାଯାଇପାରେ । ତେଣୁ କୁକୁର କାମୁଡିଲେ ଏହାକୁ ଅବହେଳା ନକରି ରୋଗ ଦେଖାଯିବା ପୂର୍ବରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ଆହତ ବ୍ୟକ୍ତିକୁ ଶୀଘ୍ର ଡାକ୍ତରଙ୍କ ପାଖକୁ ଯିବା ଆବଶ୍ୟକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking