ଯାଜପୁର :ଜୀବନର ସାୟାନ୍ନରେ ପହଞ୍ଚିଥିବା ଜଣେ ଅସହାୟ ବୃଦ୍ଧା ଜେଜେମା ନିଜର ବାସସ୍ଥାନ ନଥାଇ ନିଜେ ବଞ୍ଚିବାକୁ ସଂଘର୍ଷ କରୁଥିବା ବେଳେ ଅସହାୟ ବୃଦ୍ଧା ମହିଳା ନିଜର ନାତିର ବୋଝକୁବା ସମ୍ଭାଳିଥାନ୍ତା କେମିତି l ତେଣୁ ଜଣେ ଲୋକ ଆସି ୨୦୦ଟଙ୍କା ତା ହାତରେ ଧରାଇ ଦେଇ ଗତ ରାତିରେ ନାତିକୁ ନେଇ ଯାଇଛି l ନେଇଯାଇଥିବାର ଲୋକର ଘର ଦେଖିନି ବୃଦ୍ଧା ଜଣକ l କଣ କରିବି ନିଜେ ତ ଚଳି ପାରୁନି l କେତେବେଳେ ବସଷ୍ଟାଣ୍ଡ ତୋ ଆଉ କେତେବେଳେ ପର ପିଣ୍ଡାରେ ଶୋଉଛି l ଏଠିସେଠି ରାତି କାଟୁଛି, ଭିକ ମାଗୁଛି l କିଏ ଦୟା ଦେଖାଇ ମୁଠେ ଖାଇବାକୁ ଦେଉଛି ତାଙ୍କରି ଭରସାରେ ବଞ୍ଚୁଛୁ ମୁଁ ଓ ନାତି l ଭୋକ ସହି ପାରୁନି କି ନାତିର ଦୁଃଖ ଦେଖି ପାରୁନି l ଏ ବୟସରେ କଣ କରିବି l କେତେ କଷ୍ଟ ସହିବୁ ସେ ଲୋକର ପିଲା ନାହିଁ ନାତିକୁ ପାଳିବ ବୋଲି କହିଲା l ତା ଘର ଦେଖିନି ତାକୁ ବିଶ୍ୱାସ କଲି ମୋତେ ୨୦୦ଟଙ୍କା ଦେଇଛି ଖର୍ଚ୍ଚ କରିବାକୁ ଏବଂ ଗୋଟେ କାଗଜରେ ତା ଫୋନ ନମ୍ବର ଲେଖିଦେଇଛି l ଏପରି କହଭରା କଣ୍ଠରେ ପ୍ରକାଶ କରିଛି ରାସଗୋବିନ୍ଦପୁର ବ୍ଲକ କରଞ୍ଜପଡା ବସଷ୍ଟାଣ୍ଡରେ ଆଜକୁ ମାସେ ହେବ ଆଶ୍ରୟ ନେଇଥିବା ଜଣେ ବୃଦ୍ଧା ଅସହାୟା ମହିଳା l ସେ ନିଜ ନାତିକୁ ଧରି ଏଣେତେଣେ ବୁଲି ମାଗି ଖାଏ ତା ୫ବର୍ଷର ନାତି ସହ l ବିଭିନ୍ନ ବସଷ୍ଟାଣ୍ଡ ହେଉଛି ତାର ବାସସ୍ଥାନ l ତେଣୁ ଏଠାରେ ରହି ମାଗି ଯାଚି ଚଳେ l ତାର ଓ ନାତିର ଅବସ୍ଥା ଦେଖି ଲୋକ ମାନେ ଦୟା ଦେଖାଇ ଖାଇବାକୁ ଦିଅନ୍ତି l ବୃଦ୍ଧା ଜଣକ ହେଉଛନ୍ତି ମନ୍ଦ ହେମ୍ବ୍ରମ (୬୫)ବର୍ଷ l ଶାଶୁ ଘର ଶିକାରଘାଟୀ l ତାର ସ୍ୱାମୀ ମରି ଯାଇଛି l ଶାଶୁ ଘରେ ଜାଗାବାଡ଼ି ନଥିବାରୁ ରାସଗୋବିନ୍ଦପୁର ବ୍ଲକ ଛାତନା ପଞ୍ଚାୟତ ରାଇପାଳ ଗାଁ ରେ ସାନ ଭଉଣୀ ଜ୍ୱାଇଁ ଘରେ ୨୦୦୮ ମସିହାରୁ ରହୁଥିଲା l ପୁଅ ରେଣ୍ଟା ହେମ୍ବ୍ରମ ଓ ବୋହୂ ଦୁଲି ହେମ୍ବ୍ରମକୁ ନେଇ ତାର ସଂସାର ଥିଲା l କୋଭିଡ଼ ୧୯ ସମୟରେ ପୁଅବୋହୂ ଦୁଲି ମରିଗଲା l ତାର ୫ମାସର ପୁଅଟି ଥିଲା l ନିଜ ପୁଅଟି ମାତାଲି ହେଲା l ୪ଟା ବୋହୂ ଆଣି ଛାଡ଼ିଛି l ଆଉ ଗୋଟେକୁ ବାହା ହୋଇ କେନ୍ଦ୍ରାପଡା ପଳାଇଗଲା l ଛୋଟ ନାତିର ଭାର ତା ଉପରେ l ତେଣେ ସାନ ଭଉଣୀ ଓ ଜ୍ୱାଇଁ ବି ବୁଢା ପଡିଲେଣି l ତାଙ୍କ ଅବସ୍ଥା ସାଙ୍ଘାତିକ l ଆମକୁ ପୋଷିବ କିଏ l ବୁଢା ପଡ଼ିଥିଲେ ବି ଆଜି ଯାଏ ଭତ୍ତା ହୋଇନି କି ଚାଉଳ ପାଉନି ତା ସାଙ୍ଗକୁ ବାସସ୍ଥାନ ନାହିଁ l କଣ କରିବି l ଏବୟସରେ କେମିତି ବଞ୍ଚିବି ତା ସାଙ୍ଗକୁ ନାତିର ଭାର ବହି ଚାଲି ପାରୁନି l ତେଣୁ ନାତିକୁ ପାଠ ବି ପଢାଇ ପାରୁନି l କିଛି ଵୁଝି ବୁଦ୍ଧି ବାଟ ଦିଶୁନି l ଏହି ବସଷ୍ଟାଣ୍ଡରେ ରହି ଜୀବନ କାଟୁଛି l ଜଣେ ଲୋକ ୨ଥର ଆସିଥିଲା l ତାର ପିଲା ନାହିଁ ବୋଲି କହୁଥିଲା l ତା ଘର ଦେଖିନି କି ଠିକ ସେ ଜାଣିନି l ପିଲାକୁ ପାଳିବ ବୋଲି କହିଲା ବାଲେଶ୍ୱର ଜିଲ୍ଲା ଖନ୍ତାପଡାରେ ତା ଘର ବୋଲି କହୁଥିଲା l ଗତ ରାତିରେ ଆସି ପିଲାକୁ ନେଇଯାଇଛି ଏହି ବସଷ୍ଟାଣ୍ଡରୁ l ମୋତେ ୨ଶହ ଟଙ୍କା ଖର୍ଚ୍ଚ ପାଇଁ ଦେଇଛି ଏବଂ ଗୋଟେ କାଗଜରେ ତା ଫୋନ ନମ୍ବର ଲେଖି ଦେଇଯାଇଛି l ତେବେ ସେ ଲୋକ ଏଠି ଟ୍ରକ ନେଇ ଆସେ । ଆଉ ଆସିଲେ ୫/୧୦ଟଙ୍କା ଖୁସିରେ ଦିଏ ନାତିକୁ ମୋର ଗେହ୍ଲା କରେ । ତେଣୁ ମୋର ବିଶ୍ୱାସ ହେଲା ତାର ପୁଅ ନ ଥିବାରୁ ମୋର ନାତିକୁ ଯତ୍ନରେ ଲାଳନପାଳନ କରିବ ଏବଂ ପାଠ ପଢ଼ାଇ ମଣିଷ କରିବାର ବିଶ୍ୱାସ ନେଇ ତା ହାତକୁ ଟେକି ଦେଇଛି ।