19.1 C
Bhubaneswar
Tuesday, February 3, 2026
Homeଓଡିଶାନୂଆବର୍ଷ ଦିନ ରାତି ୨ଟାରେ ଖୋଲିବ ଶ୍ରୀମନ୍ଦିର

ନୂଆବର୍ଷ ଦିନ ରାତି ୨ଟାରେ ଖୋଲିବ ଶ୍ରୀମନ୍ଦିର

ପୁରୀ: ନୂଆବର୍ଷ ଦିନ ରାତି ୨ଟାରେ ଖୋଲିବ ଶ୍ରୀମନ୍ଦିର। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢୀ ଏନେଇ ସୂଚନା ଦେଇଛନ୍ତିସୂଚନା ଦେଇ ଅରବିନ୍ଦ ପାଢୀ କହିଛନ୍ତି ଯେ ପହିଲି ଭୋଗ ନୀତି ସମୟସାରଣୀ ପୂର୍ବରୁ ଚୂଡ଼ାନ୍ତ ହୋଇସାରିଛି। ଡିସେମ୍ବର ୩୧ ତାରିଖ ରାତି ୧୧ଟାରେ ରାତ୍ରି ପାହୁଡା ନୀତି ଅନୁଷ୍ଠିତ ହେବ ଏବଂ ଜାନୁଆରୀ ୧ ତାରିଖ ରାତି ୨ ଟାରେ ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବ। ଏହି ସମୟରେ, ପୁରୀ ପୋଲିସ ଡିସେମ୍ବର ୩୧ରେ ଜିରୋ ନାଇଟ ପାଳନ ଏବଂ ୨୦୨୬ ନୂତନ ବର୍ଷ ପୂର୍ବରୁ ଏକ ଟ୍ରାଫିକ ପରାମର୍ଶ ଜାରି କରିଛି। ନୂଆବର୍ଷରେ ଶ୍ରୀମନ୍ଦିର ଭିତର ଓ ବାହାର ପଟ ସିସିଟିଭି ନଜରରେ ରହିବ । ଶ୍ରୀମନ୍ଦିର ଭିତରେ ୧୫୨ଟି ଓ ବାହାରେ ୧୯୨ଟି ସିସିଟିଭି ଲାଗିଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସିଂହଦ୍ୱାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା ରହିଛି । ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଠାରୁ ବ୍ୟାରିକେଡ୍ ବ୍ୟବସ୍ଥା ରହିଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ପ୍ରତୀକ ସିଂ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking