25.1 C
Bhubaneswar
Saturday, February 7, 2026
Homeଓଡିଶାଖୋଲିଲା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ମନ୍ଦିର ହୁଣ୍ଡି

ଖୋଲିଲା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ମନ୍ଦିର ହୁଣ୍ଡି

ଗଞ୍ଜାମ: ଖୋଲିଲା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ମନ୍ଦିର ହୁଣ୍ଡି । ହୁଣ୍ଡିକୁ ଆଜି ମନ୍ଦିର ପରିଚାଳନା କମିଟି, ଜିଲ୍ଲା ପ୍ରଶାସନ ପୋଲିସ ଓ ସେବାୟତଙ୍କ ଉପସ୍ଥିତ ରେ ଖୋଲା ଯାଇଛି । ସମସ୍ତଙ୍କ ଉପସ୍ଥିତିରେ ଆଜି ସକାଳୁ ହୁଣ୍ଡିକୁ ଖୋଲାଯାଇଛି । ଚାରି ମାସ ପରେ ମନ୍ଦିରର ହୁଣ୍ଡି ଖୋଲାଯାଇଥିବା ବେଳେ ମନ୍ଦିର ଦାୟିତ୍ୱରେ ଥିବା ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଦାୟିତ୍ୱ ନେବା ପରେ ଏହି ହୁଣ୍ଡିକୁ ଖୋଲାଯାଇଛି । ହୁଣ୍ଡିରୁ ଟଙ୍କା, ସୁନା , ରୂପା ଓ ବିଦେଶୀ ଟଙ୍କା ମଧ୍ୟ ବାହାରିଛି । ହୁଣ୍ଡିରୁ କାନାଡ଼ା ଡଲାର କିଛି ମିଳିଥିବା ବେଳେ ମା’ ତାରାତାରିଣୀଙ୍କ ଉଦ୍ଦେଶ୍ୟରେ ଏକ ଛୋଟ ବାଳକର ଚିଠି ମଧ୍ୟ ମିଳିଥିବା ଦେଖିବାକୁ ମିଳିଛି । ଚିଠିରେ ବାଳକ ଜଣଙ୍କ ନିଜକୁ ସଦବୁଦ୍ଧି ଦିଅ ବୋଲି ଲେଖିବା ସହ ନିଜ ଭାଇ, ମା ଓ ବାପାଙ୍କୁ ଭଲରେ ରଖିବା ନେହୁରା ହୋଇଛନ୍ତି । ହୁଣ୍ଡିରୁ ବାହାରିଥିବା ଟଙ୍କା ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟର କର୍ମଚାରୀଙ୍କ ଦ୍ୱାରା ଗଣତି ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking