ଭୁବନେଶ୍ୱର: ବଢୁଛି ତାତି । କଲବଲ ହେଉଛନ୍ତି ଲୋକେ । ୩ ଦିନ ଭିତରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ବଢିବା ନେଇ ଆକଳନ । ଗତକାଲି ୧୧ ସ୍ଥାନରେ ପାରଦ ୪୨ ଡିଗ୍ରୀ ଅତିକ୍ରମ କରିଛି । ରାଜ୍ୟରେ ପ୍ରଥମଥର ପାଇଁ ପାରଦ ୪୫ ଡିଗ୍ରୀ ଅତିକ୍ରମ କରିଛି । ଝାରସୁଗୁଡ଼ାରେ ସର୍ବାଧିକ ୪୫. ୪ ଡିଗ୍ରୀ ତାପମାତ୍ରା ସହ ଦେଶର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଛି । ସମ୍ବଲପୁରରେ ୪୩ ଡିଗ୍ରୀ, ହୀରାକୁଦରେ ୪୨ ଦଶମିକ ୪ ଡିଗ୍ରୀ, ରାଉରକେଲାରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏପଟେ ଉପକୂଳରେ ତାପମାତ୍ରା କମ ଥିଲେ ବି ଗୁଳୁଗୁଳି କଲବଲ କରୁଛି । ଆଗାମୀ ୫ ଦିନ ଯାଏଁ ଗ୍ରୀଷ୍ମପ୍ରବାହ ଜାରି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ ସବୁଠୁ ଅଧିକ ଗରମ ଅନୁଭୂତ ହେବ ।