21.1 C
Bhubaneswar
Saturday, February 7, 2026
Homeଓଡିଶାପୁଣି ବଢିଲା ତାପମାତ୍ରା

ପୁଣି ବଢିଲା ତାପମାତ୍ରା

ଭୁବନେଶ୍ୱର: ଗତ ଦୁଇ ସପ୍ତାହ ହେବ ତାତି ଉଭାନ୍ ଥିଲା। ମୌସୁମୀ ଆଗମନରେ ପୂରା ରାଜ୍ୟରେ ମେଘ ବର୍ଷିଥିଲା। ମୌମୁମୀର ଶୀତଳ ସ୍ପର୍ଶରେ ପୂରା ଓଡ଼ିଶା ଥଣ୍ତା ପଡିଥିଲା। କିନ୍ତୁ ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ଆଉ ଆଗେଇଲା ନାହିଁ। ତେବେ, ଆସନ୍ତୁ ଜାଣିବା ଆଜିର ପାଣିପାଗ ସ୍ଥିତି କଣ ରହିବ। ସେନେଇ ଆଇଏମଡି଼ ଡିଜିଙ୍କ ପ୍ରତିକ୍ରିୟା ଉପରେ ନଜର ପକାନ୍ତୁ…

ଆଜି ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗରମ ଓ ଗୁଳୁଗୁଳି ହେବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଗଂଜାମରେ ଗୁଳୁଗୁଳି ଓ ଗରମ ନାକେଦମ୍ କରିବ। ସେହିପରି, ଆସନ୍ତାକାଲି ବାଲେଶ୍ବର, ଭଦ୍ରକ,ଯାଜପୁର,କେନ୍ଦ୍ରାପଡା, କଟକ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ ଓ ଗଜପତିରେ ଭୀଷଣ ଗରମ ହେବ। ଗୁରୁବାର ଓ ଶୁକ୍ରବାର ବି ତାତିରୁ ତ୍ରାହି ମିଳିବନି।

ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନକୁ ଛୁଇଁଲା। ଭବାନୀପାଟଣା ଓ ପୁରୀ ଲାଇନ୍ ରୁ ଆଉ ଆଗଉନି। ଆସନ୍ତା ସପ୍ତାହ ଯାଏ ମୌସୁମୀ ଆଗେଇବାର ସମ୍ଭାବନା ନାହିଁ। ସୋମବାର ପ୍ରବଳ ଗରମ ଓ ଗୁଳୁଗୁଳି ହୋଇଛି। ଆଗକୁ ବି ଏହା କଲବଲ କରିବ। ପାଣିପାଗ ବିଭାଗର ପୂର୍ବାନୁମାନ ଏଭଳି ଆଶଙ୍କାକୁ ତେଜିଲାଣୀ। ସେପଟେ, ଆଇଏମଡି଼ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ‘ଯେ ଆସନ୍ତା ୭ ଦିନ ଯାଏଁ ମୌମୁମୀ ନିସ୍କ୍ରିୟ ରହିବ।

ଜୟବାୟୁ ସ୍ଥିତି ଅନୂକୂଳ ନ ଥିବାରୁ ଏହା ଅଗ୍ରସର ହେବନି। ତେବେ,ମୌମୁମୀ ଏବେ ଅଗ୍ରସର ନ ହେଲେ ବି ଏହାକୁ ଆଗୁଆ ଧରାଯିବ। ସ୍ବାଭାବିକ ଭାବେ ଜୁଲାଇ ୫ ତାରିଖ ସୁଧା ମୌମୁମୀ ପୂରା ଦେଶକୁ ଅଗ୍ରସର ହୁଏ। ଏହି ଅବଧି ପୂର୍ବରୁ ଏହା ସବୁଠି ପହଞ୍ଚିବ ବୋଲି ସେ ଆକଳନ କରିଛନ୍ତି।’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking