ବଲାଙ୍ଗିର: ଶିଶୁ ଦିବସରେ ଟଳିପଡ଼ିଲେ ପ୍ରଧାନଶିକ୍ଷକ । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କୁଇବାହାଲ ପଲ୍ଲିଶ୍ରୀ ପଞ୍ଚାୟତ ହାଇସ୍କୁଲରେ ଘଟିଛି ଅଘଟଣ । ଆଜି ଶିଶୁ ଦିବସ ଉତ୍ସବ ଚାଲିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପର୍ଶୁରାମ ଦାସଙ୍କ ଅକାଳ ବିୟୋଗ ଘଟିଛି । କାର୍ୟ୍ୟକ୍ରମ ଚାଲିଥିବା ବେଳେ ଚେୟାରରେ ବସିଥିବା ଅବସ୍ଥାରେ ହିଁ ଶିକ୍ଷକଙ୍କ ଜୀବନ ଚାଲିଯାଇଥିଲା । କଣ୍ଟାବାଞ୍ଜି ମେଡିକାଲରେ ଉକ୍ତ ଶିକ୍ଷକଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।