31.1 C
Bhubaneswar
Monday, March 23, 2026
Homeଓଡିଶାଛାତ୍ରୀଙ୍କୁ ମାରି ରକ୍ତାକ୍ତ କଲେ ଶିକ୍ଷକ

ଛାତ୍ରୀଙ୍କୁ ମାରି ରକ୍ତାକ୍ତ କଲେ ଶିକ୍ଷକ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକରେ ଥିବା ଏକ ହାଇସ୍କୁଲରେ ଜଣେ ଛାତ୍ରୀ ଙ୍କୁ ଶିକ୍ଷକ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। ମାଡ ମାରିବା ପରେ ଛାତ୍ରୀ ଜଣଙ୍କୁ ସରକାରୀ ଡାକ୍ତରଙ୍କ ବଦଳରେ ବେସରକାରୀ ଡାକ୍ତର ଙ୍କ ଠାରେ ଚିକିତ୍ସା କରାଇବା ଚର୍ଚ୍ଚା ର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁସାରେ ଗତ ଶନିବାର ଦିନ ବଗଡାସ୍ଥିତ ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟରେ କୌଣସି କାରଣକୁ ନେଇ ସ୍କୁଲର ଜଣେ ଶିକ୍ଷକ ଜଣେ ଛାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିବାରୁ ଛାତ୍ରୀ ଙ୍କ କାନରୁ ରକ୍ତସ୍ରାବ ହୋଇଥିଲା। ପରେ ଶିକ୍ଷକ ଜଣକ ଛାତ୍ରୀଙ୍କ ଘରକୁ ଯାଇ ଛାତ୍ରୀଙ୍କୁ ଅନ୍ୟତ୍ର ଚିକିତ୍ସା କରାଇଥିଲେ। ବର୍ତ୍ତମାନ ଏହି ଘଟଣା କୁ ନେଇ ବୁଗୁଡା ରେ ଅସନ୍ତୋଷ ଲାଗିରହିଥିବାବେଳେ ଦେଓଗାଁ ଶିକ୍ଷା ବିଭାଗ ପାଖରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି। ସେପଟେ ଘଟଣାକୁ ନେଇ ଏବିଇଓ ଅଜିତ ମିଶ୍ର କହିଛନ୍ତି ଅଭିଯୋଗ ଆସିଲେ ତଦନ୍ତ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking