32.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶତାଲିବାନର ନୂଆ କଟକଣା: ପାଟି କରି କୁରାନ ପଢ଼ିବେନି ମହିଳା

ତାଲିବାନର ନୂଆ କଟକଣା: ପାଟି କରି କୁରାନ ପଢ଼ିବେନି ମହିଳା

ଆଫଗାନିସ୍ତାନ : ଆଫଗାନିସ୍ତାନରେ ଶାସକ ତାଲିବାନ ପକ୍ଷରୁ ନୂଆ କଟକଣା ଜାରି କରାଯାଇଛି। ମହିଳାମାନେ ଏକାଠି ବସି କୁରାନ ପାଠ କରୁଥିଲେ, ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କ ସ୍ଵର ଯେପରି ନ ଶୁଣନ୍ତି ତାହା ଉପରେ କଟକଣା ଲାଗୁ କରିଛି। ଅର୍ଥାତ ସର୍ବସାଧାରଣ ସ୍ଥାନରେ ମହିଳାମାନେ ପାଟି କରି କୁରାନ ପଢ଼ିପାରିବେ ନାହିଁ। ତାଲିବାନ ମନ୍ତ୍ରୀ ମହମ୍ମଦ ଖଲିଦ ହନାଫି ଗତ ସପ୍ତାହରେ ଏକ ଅଡିଓ ବାର୍ତ୍ତା ଜାରି କରି ଏହା କହିଛନ୍ତି। ସେ କହିଛନ୍ତି, ଏକାଧିକ ମହିଳା ଗୋଟିଏ ସ୍ଥାନରେ ଏକତ୍ର ହୋଇଥିଲେ ସେହି ସ୍ଥାନରେ ଜଣେ ମହିଳା ପାଟି କରି କୁରାନ ପଢ଼ିପାରିବେ ନାହିଁ। ଯଦି ମହିଳାଙ୍କୁ ତକବିର ପ୍ରଦର୍ଶନ ପାଇଁ ଅନୁମତି ନାହିଁ, ତେବେ ସେମାନଙ୍କୁ କିପରି କୁରାନ ଗାନ କରିବାକୁ ଅନୁମତି ମିଳିବ ? ଇସଲାମରେ ମହିଳାଙ୍କ ସ୍ଵରକୁ ଆଓ୍ବରା(ଅନ୍ତରଙ୍ଗ ଅଂଶ) ବୋଲି ବିବେଚନା କରାଯାଏ, ଯାହାକୁ ସର୍ବଦା ଘୋଡ଼ାଇ ରଖାଯାଏ ଏବଂ ସର୍ବସାଧାରଣ ସ୍ଥାନରେ ତାହା ଶୁଭିବା ଅନୁଚିତ। ଏପରି କି ଅନ୍ୟ ଜଣେ ମହିଳା ବି ଶୁଣିବା ଉଚିତ ନୁହେଁ ବୋଲି ହନାଫି କହିଛନ୍ତି। ସୂଚନାଯୋଗ୍ୟ, ୨୦୨୧ରେ ତାଲିବାନ ଆତଙ୍କବାଦୀ ସଂଗଠନ ଆଫଗାନିସ୍ତାନରେ କ୍ଷମତାକୁ ଫେରିବା ପରେ ମହିଳାଙ୍କ ଉପରେ ବହୁ କଟକଣା ଲାଗୁ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking