ଭୁବନେଶ୍ୱର: ଆଜିଠୁ ପୁଣି ବିଧାନସଭାକୁ ଫେରିବେ କଂଗ୍ରେସ ବିଧାୟକ । ପୂର୍ୱ ଭଳି ଆଚରଣ ରଖିବେ ନା ନରମିବ ସ୍ୱଭାବ ତାହା ଉପରେ ନଜର ରହିଛି । ବିଧାନସଭାରେ ବିଶୃଙ୍ଖଳା ପାଇଁ ତାରା ବାହିନୀପତିଙ୍କୁ ୭ ଦିନ ପାଇଁ ନିଲମ୍ବିତ କରିଥିଲେ ବାଚସ୍ପତି । ଗତ ୧୧ ତାରିଖରେ ଅଧିବେଶନ ଚାଲିଥିବା ବେଳେ ଗୃହ ଭିତରେ ବିଶୃଙ୍ଖଳା କରିଥିଲେ ତାରା । ଏହାପରେ ତାରାଙ୍କୁ ସସପେଣ୍ଡ କରିଥିଲେ ବାଚସ୍ପତି । ତେବେ ତାରାଙ୍କୁ ନିଲମ୍ବନ ପ୍ରତିବାଦରେ କକ୍ଷତ୍ୟାଗ କରିଥିଲେ କଂଗ୍ରେସ ବିଧାୟକ । ଗାନ୍ଧୀ ମୂର୍ତ୍ତି ତଳେ ବସି ସାରା ରାତି ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଥିଲେ । ପିସିସି ସଭାପତି ପହଞ୍ଚି ବୁଝାସୁଝା କରିବା ପରେ ଧାରଣାରୁ ଉଠିଥିଲେ ଦଳର ବିଧାୟକ ।