32.1 C
Bhubaneswar
Wednesday, October 16, 2024
Homeଓଡିଶାଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନାମରେ ଏତଲା ଦରଜ କଲା ଛାତ୍ର କଂଗ୍ରେସ

ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନାମରେ ଏତଲା ଦରଜ କଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର : ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ପ୍ରଧାନଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସର ଏକ ପ୍ରତିନିଧି ଦଳ ସ୍ଥାନୀୟ ସହୀଦନଗର ଥାନାକୁ ଯାଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ନାମଲେଖା ଜାଲିଆତି ପାଇଁ କୁଳପତିଙ୍କୁ ଦାୟୀ କରି ତାଙ୍କ ନାମରେ ଏକ ଏତଲା ଛାତ୍ର କଂଗ୍ରେସ ଦାଖଲ କରିଛି। ଏଥିସହ ଏହି ଜାଲିଆତିରେ ସଂଶ୍ଳିଷ୍ଟ ପିଜି କାଉନସିଲ ଚେୟାରମ୍ୟାନ ନବନିତା ରଥ ଏବଂ “ଲାଇବ୍ରେରୀ ଆଣ୍ଡ ଇନଫରମେସନ ସାଇନ୍ସ” ବିଭାଗର କୋଅର୍ଡ଼ିନେଟର ରୁଦ୍ର ନାରାୟଣ ମହାପାତ୍ରଙ୍କ ବିରୁଦ୍ଧରେ ମଧ୍ୟ ଏତଲା ଦାଖଲ କରାଯାଇଛି। ଏତଲାକାରୀ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି କହିଛନ୍ତି ଯେ ଓଡ଼ିଶାରେ ଉଚ୍ଚ ଶିକ୍ଷାର ସର୍ବପୂରାତନ ମନ୍ଦିର ଏବଂ ଓଡ଼ିଶାର ଗର୍ବ ଗୌରବ ଉତ୍କଳ ବିଶ୍ୱବିଦ୍ୟାଳୟର ଗରିମାକୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ଅନ୍ୟ ଦୁଇଜଣ ଅଧିକାରୀ କଳଙ୍କିତ କରିଛନ୍ତି। ରାଜନୈତିକ ଚାପ, ଅର୍ଥକାରବାର ବା ସରକାରୀ ବାବୁଙ୍କ ପ୍ରଭାବରେ ଏପରି ନାମଲେଖା ଜାଲିଆତି ହୋଇଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।

ଏତଲାରେ ଉଲ୍ଲେଖ ହୋଇଛି ଯେ ସାମସ ଦ୍ୱାରା ପ୍ରସ୍ତୁତ ର‌୍ୟାଙ୍କିରେ ବିଜୟ କୁମାର ସାହୁ ନାମକ ଆବେଦନକାରୀ ଛାତ୍ର ୧୩ ନମ୍ବରରେ ସ୍ଥାନୀତ ହୋଇଥିବା ବେଳେ ମିତ୍ର ପ୍ରକାଶ ବଳ ନାମକ ଅନ୍ୟଜଣେ ଆବେଦନକାରୀ ଛାତ୍ର ୧୫ ନମ୍ବର ସିରିଏଲରେ ସ୍ଥାନୀତ ହୋଇଥିଲେ। ଉଚ୍ଚ ଶିକ୍ଷା ବିଭାଗର ଧାର୍ଯ୍ୟ ନିୟମ ଅନୁଯାୟୀ ୧୩ ନମ୍ବରରେ ସ୍ଥାନୀତ ହୋଇଥିବା ବିଜୟ କୁମାର ସାହୁଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର “ଲାଇବ୍ରେରୀ ଆଣ୍ଡ ଇନଫରମେସନ ସାଇନ୍ସ” ବିଭାଗରେ ଆଡମିଶନ ସୁଯୋଗ ଦିଆଯିବା କଥା। ମାତ୍ର ସବୁ ବିଧିବ୍ୟବସ୍ଥାକୁ ଉଲ୍ଲଙ୍ଘନ କରି ୧୫ ନମ୍ବର ସିରିଏଲରେ ସ୍ଥାନୀତ ହୋଇଥିବା ମିତ୍ର ପ୍ରକାଶ ବଳଙ୍କୁ ନାମ ଲେଖା ପାଇଁ ସୁଯୋଗ ଦିଆଗଲା।

ବିଶ୍ୱ ବିଦ୍ୟାଳୟର ନିୟମ ଅନୁଯାୟୀ ଧାର୍ଯ୍ୟ ତାରିଖରେ ନିଜର ନାମଲେଖା ସମ୍ପର୍କରେ ଆବେଦନକାରୀ ବିଜୟ କୁମାର ସାହୁ “ଲାଇବ୍ରେରୀ ଆଣ୍ଡ ଇନଫରମେସନ ସାଇନ୍ସ” ଡିପାର୍ଟମେଂଟରେ ରିପୋଟିଂ କରିଥିଲେ। ସେପ୍ଟେମ୍ବର ୧୩ ତାରିଖ ଦିନ ସଂପୃକ୍ତ ବିଭାଗ ପକ୍ଷରୁ ତାଙ୍କର ନାମ ଲେଖା ପାଇଁ ତାଙ୍କୁ ଟେଲିଫୋନ କରାଯାଇଥିଲା। ଏପରିକି ସିଏଲସି ଆଣିବାକୁ ମଧ୍ୟ କୁହାଯାଇଥିଲା। ଯେତେବେଳ ଶ୍ରୀ ସାହୁ ଅକ୍ଟୋବର ୧ ତାରିଖ ୨ଟା ପୂର୍ବରୁ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଂଟ ସହ ନାମଲେଖା ପାଇଁ ଆସି ପହଂଚିଲେ, ସେତେବେଳେ ଏହି ବିଭାଗ ପକ୍ଷରୁ ତାଙ୍କୁ ନାମ ଲେଖା ଫର୍ମ ପୂରଣ ପାଇଁ ଦିଆଯାଇଥିଲା। ସେ ଫର୍ମଟିକୁ ପୂରଣ କରି ଦାଖଲ କରିଥିଲେ। ମାତ୍ର କିଛି ସମୟ ପରେ ବିଭାଗୀୟ କୋଅର୍ଡ଼ିନେଟର ଶ୍ରୀ ରୁଦ୍ର ନାରାୟଣ ମହାପାତ୍ର ଆବେଦନକାରୀ ଛାତ୍ର ଶ୍ରୀ ସାହୁଙ୍କୁ କହିଥିଲେ ଯେ ସେହି ସ୍ଥାନରେ ମିତ୍ର ପ୍ରକାଶ ବଳଙ୍କର ନାମ ଲେଖା ସରିଯାଇଛି। ତାଙ୍କ ଉପରେ ଚାପ ପଡ଼ିବାରୁ ସେ ବାଧ୍ୟ ହୋଇ ଏହି ଭୁଲ କାମ କରିଛନ୍ତି ବୋଲି ଶ୍ରୀ ସାହୁଙ୍କ ଆଗରେ ପ୍ରକାଶକଲେ।

ସାମସର ର‌୍ୟାଂକିଂ ଅନୁଯାୟୀ ୧୩ ନମ୍ବର ସ୍ଥାନରେ ଥିବା ଆବେଦନକାରୀ ଛାତ୍ରକୁ ସୁଯୋଗ ନ ଦିଆଯାଇ ୧୫ ନମ୍ବର ସ୍ଥାନରେ ଥିବା ଆବେଦନ କାରୀ ଛାତ୍ରକୁ ସୁଯୋଗ ଦେବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର କତୃପର୍କ୍ଷଙ୍କ ଏଭଳି ନିଷ୍ପତି ଓଡ଼ିଶାର ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ନାମ ଲେଖା ବ୍ୟବସ୍ଥା କେଉଁ ଅବସ୍ଥାରେ ଅଛି ତାହା ଜଳଜଳ ହୋଇ ଦିଶୁଛି। ଯୋଗ୍ୟ ଛାତ୍ରଙ୍କ ପ୍ରତି ଅବିଚାର କରାଯାଉଛି। ଏହି ଜାଲିଆତିରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଠାରୁ ଆରମ୍ଭ କରି କୋର୍ଡିନେଟର ପର୍ଯ୍ୟନ୍ତ ସମସ୍ତେ ସଂପୃକ୍ତ। ଆବେଦନକାରୀ ଛାତ୍ର ମିତ୍ର ପ୍ରକାଶ ବଳଙ୍କର ହାତ କେତେ ଲମ୍ବା, ଯାହାଙ୍କ ନାମ ଲେଖା ପାଇଁ କୁଳପତିଙ୍କ ଠାରୁ କୋର୍ଡିନେଟର ପର୍ଯ୍ୟନ୍ତ ଲାଗି ପଡ଼ିଛନ୍ତି। ଯଦି ଏଭଳି ହୁଏ ସାରା ରାଜ୍ୟରେ ସରକାରୀ ଶିକ୍ଷାନୁଷ୍ଠାନରେ ନାମ ଲେଖା ପ୍ରକ୍ରିୟାକୁ ସଂପୂର୍ଣ୍ଣ ଦଲାଲମାନେ ନିୟନ୍ତ୍ରଣ କରିବେ। ଏହା ଛାତ୍ର ସ୍ୱାର୍ଥ ବିରୋଧି। ଉପେକ୍ଷିତ ଆବେଦନକାରୀ ଛାତ୍ର କୁଳପତି ଏବଂ ପିଜି କାଉନସିଲ ର ଚେୟାରମ୍ୟାନଙ୍କ ଦୃଷ୍ଟିକୁ ଏହି ଦୁର୍ନୀତିର ସବିଶେଷ ତଥ୍ୟ ଆଣିବା ପରେ ମଧ୍ୟ ଏମାନେ ନୀରବ ରହିବା ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସାମସ ର‌୍ୟାକିଂରେ ୧୩ ନମ୍ବର ସ୍ଥାନରେ ଥିବା ଆବେଦନକାରୀ ଛାତ୍ର ବିଜୟ କୁମାର ସାହୁଙ୍କୁ ତୁରନ୍ତ ନାମ ଲେଖାପାଇଁ ସୁଯୋଗ ଏବଂ ଏହି ଜାଲିଆତିରେ ସଂପୃକ୍ତ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସବିତା ଅଚାର୍ଯ୍ୟ, ପିଜି କାଉନସିଲର ଚେୟାରମ୍ୟାନ ନବନିତା ରଥ ଏବଂ “ଲାଇବ୍ରେରୀ ଆଣ୍ଡ ଇନଫରମେସନ ସାଇନ୍ସ” ର କୋର୍ସ କୋଅର୍ଡ଼ିନେଟର ଶ୍ରୀ ରୁଦ୍ର ନାରାୟଣ ମହାପାତ୍ରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହୀଦ ନଗର ଥାନା ଅଧିକାରୀଙ୍କ ନିକଟରେ ଏତଲା ଦାଖଲ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ବାଣୀବିହାର ଛାତ୍ର ସଂସଦର ପୂର୍ବତନ ସଭାପତି ମନୋଜ ବିଶ୍ୱାଳ, ରଜନୀ ମହାନ୍ତି, ସୌମ୍ୟ ବରାଳ, ରାଜେଶ ଦାଶ, ସୁଭମ ରାଜ, ଅଜୟ ଗଡ଼ନାୟକ, କାର୍ତିକପାଲଟିଆ, ବିଜୟ ସାହୁ, ପ୍ରବୀଣ କର୍କରିଆ, ଆଶୁତୋଷ ପାଟଶାହାଣୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking